ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳ ବିକଳ ତାଡିଝୋଲା ଗ୍ରାମବାସୀ ।

କଲ୍ୟାଣସିଂହପୁର,୨୧/୦୯(ପିପିଟି) :ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣୀପଙ୍ଗା ପଞ୍ଚାୟତର ତାଡିଝୋଲା ଗାଁ ରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳ ବିକଳ ହୋଇ ପଡୁଛନ୍ତି। ତାଡିଝୋଲା ଗାଁ ହେଉଛି ଦୁର୍ଗମ ପାହାଡ଼ ଘେରା ଅଞ୍ଚଳ। ଏଠାରେ ପ୍ରାୟ ୨୨ ଘର ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୨୦୦ରୁ ଉର୍ଦ୍ଧ ହେବ। ଏହି ଗ୍ରାମରେ ସମସ୍ତେ ଆଦିବାସୀ ଓ କୁଲି ମଜୁରିଆ ଅଟନ୍ତି।ଏଠାକାର ଲୋକମାନେ ଖରା ବର୍ଷା ଶୀତ କାକରରେ ମୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ଗାଧେଇବା ଠାରୁ ରୋଷେଇ କରିବା ବାସନ କୁସନ ମାଜିବା, ଗାଁ ରେ ପାଳନ କରୁଥିବା ପଶୁ ପକ୍ଷୀ ମାନେ ପାଖରେ ଥିବା ନାଳ ପାଣି ଉପରେ ନିର୍ଭର କରିଥାନ୍ତି। ଉକ୍ତ ନାଳ ପାଣି ନିକଟରେ ଚୁଆଁ ଖୋଳି ସେଥିରୁ ପାଣି ସଂଗ୍ରହ କରି ନିଜର ଜୀବନ ବିତାଉଛନ୍ତି।ଏହି ନାଳ ପାଣି କୁ ବ୍ୟବହାର କରିବା ଦ୍ୱାରା ଛୋଟ ପିଲାଠୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ଜ୍ଵର ,ପେଟ ବ୍ୟଥା ଝାଡା ବାନ୍ତି, କାଛୁ କୁଣ୍ଡିଆ ଭଳି ଅନେକ ମାରାତ୍ମକ ରୋଗରେ ଆକ୍ରାନ୍ତ  ହୋଇପଡୁ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏଠାକାର ଲୋକମାନେ ପୂର୍ବରୁ ଗାଁ ପାଖରେ ଥିବା ନାଳର ଝର ପାଣିକୁ ଏକ ପାଇପ ନଳା ସାହାଯ୍ୟରେ ଗାଁ ଭିତରୁକୁ ଆଣି ଏକ ସିମେଣ୍ଟ କୁଣ୍ଡ କରି ପାଣି କୁ ବ୍ୟବହାର କରୁଥିଲେ, ସେଇଠା ମଧ୍ୟ ଦୀର୍ଘଦିନ ହେଲାଣି ବନ୍ଦ ହୋଇ ଯାଇଛି। କିଛି ମାସ ହେବ ଗାଁରେ ଗୋଟିଏ ନଳକୂପ ଖଳା ଯାଇଛି ବର୍ତ୍ତମାନ ସୁଦ୍ଧା କୌଣସି ସରଞ୍ଜାମ ଖଞ୍ଜା ଯାଇନାହିଁ।ଏଠାକାର ଲୋକମାନେ ବର୍ଷ ବର୍ଷ ସଂଖ୍ୟା ଧରି ଏହିଭଳି ସମସ୍ୟା ଦେଇ ଗତିକରୁଛନ୍ତି।ସରକାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଅନେକ ପ୍ରକାର ଯୋଜନା ପ୍ରସ୍ତୁତ କରି  ପ୍ରତି  ଗ୍ରାମାଞ୍ଚଳ ପାଇଁ କୋଟି କୋଟି କରୁଛନ୍ତି କିନ୍ତୁ,ଏହି ଅଞ୍ଚଳର ବାସ୍ତବ ଚିତ୍ର କହିଲେ, ଯୋଜନା ଦିଗହରା ହୋଇପଡୁଛି, କେବେ ମୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ସରକାର ଜଗାଇ ଦେଇ ପାରିବେ ବୋଲି ଗ୍ରାମର ଅଁଳା କାଡ୍ରାକା, ମଞ୍ଜିକା ଘାସାଇ,କାଡ୍ରା ଲଛମି, ମାଙ୍ଗାଲି ପ୍ରେକା , ଲଛ କାଡ୍ରାକା, କୁନାକା ଇଡ଼କ, ରାଣୀ ମଞ୍ଜିକା, ଫୁଲମତି କାଡ୍ରାକା, ମଙ୍ଗାଲି କାଡ୍ରାକା ଦାବୀ, ପିଉ କାଡ୍ରାକା ପ୍ରମୁଖ କହିଛନ୍ତି।

Comments (0)
Add Comment