ବିଶୁଦ୍ଧ ପାଣି ପାଇପ ଲାଇନ ଉପରେ ମଇଳା ପାଣି ନିଷ୍କାସନ ଅଭିଯୋଗ;ଅନନ୍ତନଗର ବାସୀଙ୍କ ମଧ୍ୟରେ ଅସନ୍ତୋଷ ।

ବ୍ରହ୍ମପୁର,୧୫/୦୧(ପିପିଟି): ସହରବାସୀ ବିଶୁଦ୍ଧ ପାଣି ପାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରୟାସ । ପ୍ରତ୍ୟେକ ଘରକୁ ମିଳିବ ୨୪ ଘଣ୍ଟିଆ ପାଣି । ବ୍ରହ୍ମପୁର ସହରରେ ମଧ୍ୟ ଆରମ୍ଭ ହୋଇଛି ଜଳ ଯୋଗାଣ। ଏହାକୁ ଉଦଘାଟନ କରିଥିଲେ ଖୁଦ୍ ମୁଖ୍ୟମନ୍ତ୍ରୀ । ଲୋକେ କିଭଳି ବିଶୁଦ୍ଧ ପାଣି ପାଇବେ ,ନାଳ ନାର୍ଦମାରୁ ଦୂରରେ ରହିବ ପାଇପ , ସେ ନେଇ ନୂତନ ପାଇପ ସହରରେ ବିଛା ଯାଇଛି । ସେଭଳି ଅନନ୍ତ ନଗରବସୀ କିଭଳି ବିଶୁଦ୍ଧ ପାଣି ପାଇବେ ସେଥିପାଇଁ ମଧ୍ୟ ପାଇପ ଲାଇନ ବିଛା ଯାଇଛି। ଅନନ୍ତ ନଗର ଦ୍ଵିତୀୟ ଲାଇନରେ ପାଇପ ଲାଇନ ବିଛା ଯାଉଛି ସତ କିନ୍ତୁ ସେହି ପାଣି ପାଇପ ଉପରେ ଆଉ ଏକ ପିଭିସି ପାଇପ ପଡ଼ିଥିବା ଦେଖିବାକୁ ମିଳିଛି । ଯେଉଁ ପାଇବ ଏକ ନିର୍ଦ୍ଦିଷ୍ଟ ଘରୁ ମଇଳା ପାଣି ନିଷ୍କାସନ ପାଇଁ ବିଛାଯାଇଥିବା ନେଇ ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ଯଦି କେତେବେଳେ ପାଇପ୍ ଟି ଫାଟି ଯାଏ କିମ୍ବା କୌଣସି କାରଣ ଯୋଗୁଁ ଲିକ୍ ହୋଇ ହାଇଯାଏ । ତେବେ ଘରର ନାଳ ପାଣି ସହ ବିଶୁଦ୍ଧ ପାଣି ମିଶି ଯିବ । ତେଣୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଲଏନଟି ଏହି କାର୍ଯ୍ୟ କରୁଥିବା ଜଣାପଡିଛି । ତେବେ ଏଥିପ୍ରତି ଏଲଏନଟି କର୍ମଚାରୀ କିମ୍ବା ବିଭାଗୀୟ ସରକାରୀ କର୍ମଚାରୀଙ୍କ ନଜର ପଡୁନଥିବା ଅଭିଯୋଗ ହୋଇଛି ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment