ବ୍ରହ୍ମପୁର,୧୪/୧୧(ପିପିଟି):ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ସିପିଆଇ (ଏମ )ର ପୂର୍ବତନ ଜିଲ୍ଲା ସମ୍ପାଦକ ଏବଂ ଶ୍ରମିକ ଆନ୍ଦୋଳନ ର ଅପ୍ରତିଦ୍ବନ୍ଦି ନେତା କାଳୁ ପଣ୍ଡା ଙ୍କ ବିୟୋଗରେ ଆଜି ସ୍ଥାନୀୟ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଦଳ ର ବରିଷ୍ଠକମ୍ୟୁନିଷ୍ଟ ନେତା କୈଳାସ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ସଭା ରେ ସିପିଆଇ(ଏମ )ର ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ ମହାପାତ୍ର, ବରିଷ୍ଠ ଆଇନ ଜିବି ବସନ୍ତ ପଣ୍ଡା,ସିପିଆଇର ନେତା ତଥା ଆଇନଜୀବୀ ସୁଧାଂଶୁ ପଣ୍ଡା ,ସିପିଆଇ (ଏମଏଲ )ରେଡ ଷ୍ଟାର ନେତା ଶଙ୍କର ସାହୁ, ସିପିଆଇ(ଏମ ଏଲ )ନିଉ ଡେମୋକ୍ରେସିର ନେତା ପ୍ରତାପ ପ୍ରଧାନ, କଂଗ୍ରେସର ନେତା ପୀତବାସ ପଣ୍ଡା, ଫରୱାର୍ଡ ବ୍ଲକ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି, ବିଜେଡିର ନେତା ତଥା ପୂର୍ବତନ କାଉନସିଲର ସୁରେନ୍ଦ୍ର ମହାରଣା, ଆମ ଆଦମୀ ପାର୍ଟି ର ନେତା ସୁବାସ ରାଉତ,ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ନେତା ନିମାଇ ସାହୁ, ସିପିଆଇଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ସମ୍ପାଦକମଣ୍ଡଳୀ ସଭ୍ୟ ବସନ୍ତ ନନ୍ଦ, ବିଦ୍ୟାଧର ଜେନା, ରାମଚନ୍ଦ୍ର ନାୟକ ଦିଲ୍ଲୀପ ଛୋଟରାୟ, କୃଷକ ସଭାର ଜିଲ୍ଲା ସମ୍ପାଦକ ପି ହରିକୃଷ୍ଣ ରେଡ୍ଡୀ, ମହିଳା ନେତ୍ରୀ ଜୟନ୍ତୀ ବାଳା ମିଶ୍ର, ବ୍ୟାଙ୍କ କର୍ମଚାରୀ ନେତା ଅଶୋକ ଦାସ, ବୀମା ନେତା ନରସିଂହ ପାତ୍ର, ଅଶ୍ରୁ ନେତା ମଧୁ ବେହେରା, ଫରମାସ୍ୟୁଟିକାଲ ୟୁନିଅନ ନେତା ମୋହନ ରାଓ, ପାୱାରଲୂମ ୟୁନିଅନ ନେତା ଆର ଆପୁଲୁସ୍ୱାମୀ, ଗୋପାଳ ପାଣିଗ୍ରାହୀ, ଏସ ପି ମହାପାତ୍ର, ଶ୍ରୀନିବାସ ଦାସ ପ୍ରମୁଖ ନେତୃମଣ୍ଡଳୀ ସାଥି କାଳୁ ପଣ୍ଡାଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତି ଚାରଣ କରି ଥିଲେ. ସାମ୍ପ୍ରତିକ ପରିସ୍ଥିତିରେ ସାଥି କାଳୁ ପଣ୍ଡାଙ୍କ ଦେହାନ୍ତ ସମାଜ ର ଅପୂରଣୀୟ କ୍ଷତି ଘଟିଲା ବୋଲି ବକ୍ତା ମାନେ ମତବ୍ୟକ୍ତ କରିଦେଶ ସମ୍ମୁଖୀନ ହୋଇଥିବା ସାମ୍ପ୍ରଦାୟିକ ଓ ଫାଶୀବାଦୀ ଭଳି ବିପଦକୁ ପରାସ୍ତ କରି କମ୍ୟୁନିଷ୍ଟ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସାଥି ପଣ୍ଡାଙ୍କ ଅପୂରଣୀୟ କାର୍ଯ୍ୟକୁ ପୂରଣ କରିବା ଦିଗରେ ଜନ ସାଧାରଣ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ. ବିଭିନ୍ନ ରାଜନୈତିକ ଦଳର ନେତା, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଶ୍ରମିକ, କୃଷକ, ଛାତ୍ର, ଯୁବକ, କର୍ମଚାରୀ, ମହିଳା
ଏବଂ ସ୍ଥାନୀୟ ଅଂଚଳ ର ଜନ ସାଧାରଣ
ଏବଂ ସାଥି ପଣ୍ଡାଙ୍କ ସହଧର୍ମିଣୀଙ୍କ ସମେତ ପରିବାର ବର୍ଗ ବନ୍ଧୁ ଓ ଗୁରୁଜନ ମାନେ ଉପସ୍ଥିତ ଥିଲେ ।