ବିଶିଷ୍ଟ ବାମପନ୍ଥୀ ନେତାଙ୍କ ବିୟୋଗ

ବୋଲଗଡ଼,୧୧/୦୬(ପିପିଟ), ରାଜ ସୁନାଖଳା ଅଞ୍ଚଳର ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ଚାଷୀ ମୁଳିଆଙ୍କ ନେତା ସାଥି ଶତ୍ରୁଘନ ସାହୁ ଙ୍କର ଗତ କାଲି ରାତି ୭ଟା ସମୟରେ ୮୫ ବର୍ଷରେ ବିୟୋଗ ଘଟିଛି।ତାଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ରାଜ ସୁନାଖଳା ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଥିଲା ବେଳେ ବହୁ ଲୋକ ତାଙ୍କୁ ଶେଷ ଦର୍ଶନ କରିଥିଲେ।ସିପି ଆଇଏମ ର ରଣପୁର ଓ ବୋଲଗଡ଼ ଆଞ୍ଚଳିକ କମିଟି ତରଫରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ସହ ପରିବାର ପ୍ରତି ସମବେଦନା ଜଣାଇ ସମ୍ପାଦକ ଦୁଃଶାସନ ଜେନା,ଶ୍ରମିକ ନେତା ସୁରେଶ ସ୍ବାଇଁ, ଯୁବନେତା ସବ୍ୟସାଚୀ ସେନାପତି, ପ୍ରଶାନ୍ତ ସାମନ୍ତସିଂହାର,ଶ୍ୟାମ ସୁନ୍ଦର ସାମନ୍ତରାୟ,ସୁରଥ ପ୍ରଧାନ, ଶିକ୍ଷକ ନେତା ନୀଳାଦ୍ରି ସୁବୁଦ୍ଧି ଏବଂ ବିଜେଡି ନେତା ସଚିକାନ୍ତ ସଢଙ୍ଗୀ ପ୍ରମୁଖ ସବାଧାରାରେ ମାଲ୍ୟାର୍ପଣ କରିବା ସହ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ପାର୍ଟି ତରଫରୁ ଶ୍ରୀ ସାହୁଙ୍କ ସବାଧାରାରେ ନାଲି ପତାକା ଦେଇ ଶେଷ ସନମାନ ଦିଆ ଯାଇଥିଲା। କୋଭିଡ ନିୟମ ଦେଇ ଶତାଧିକ ଲୋକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶ୍ରୀ ସାହୁ ତାଙ୍କ ରାଜ ନୈତିକ ଜୀବନ ଛାତ୍ର ଜୀବନରୁ ଆରମ୍ଭ କରି ଗରିବ ଖଟିଖିଆ ଓ ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ଅହ ରହ ସଂଗ୍ରାମ କରିଥିଲା ବେଳେ ସୁନାଖଳା ଓ ବୋଲଗଡ଼ ଅଂଚଳରେ ସ୍ୱାସ୍ଥ୍ୟ,ଶିକ୍ଷା ,ବିଦ୍ୟୁତ ସମସ୍ୟା ବିରୁଦ୍ଧରେ ସାଲିସି ହୀନ ସଂଗ୍ରାମ କରୁଥିଲେ। ତାଙ୍କ ମୃତ୍ୟୁରେ ଏ ଅଂଚଳରେ ଅପୁରାଣୀୟ କ୍ଷତି ଘଟି ଥିଲା ବେଳେ ଏଭଳି ଵ୍ୟକ୍ତିତ୍ୱର ଶୂନ୍ୟ ସ୍ଥାନ ଘଟିଛି। ତାଙ୍କର ବିଧବା ପତ୍ନୀ ସହ ଏକ ମାତ୍ର ପୁଅ ଓ ନାତି ନାତୁଣୀ ଅଛନ୍ତି । 

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment