ବିଶାଳ ଶୋଭାଯାତ୍ରା ରେ ସହର ପରିକ୍ରମା ସହ ଭୋଟ ଭିକ୍ଷା କଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ସୁବର୍ଣ୍ଣପୁର ,୦୧/୦୫(ପିପିଟି) : ସୋନପୁର ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଗତକାଲି ବିଜେଡି ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କ ସୁବର୍ଣ୍ଣପୁର ଠାରେ ଦଳୀୟ ନେତା ଓ କର୍ମୀ ଙ୍କର ଏକ ବିଶାଳ ସମାବେଶ ଦେଖିବାକୁ ମିଳିଛି l ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ଲାଭ କରି ଶ୍ରୀ ପୁଜାରୀ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଆଗାମୀ ନିର୍ବାଚନ ରେ ବିଜୁ ଜନତା ଦଳ ର ବିଧାୟକ ଓ ସାଂସଦ ଉଭୟ ପ୍ରାର୍ଥୀ ଙ୍କୁ ବିପୁଳ ଭୋଟ ରେ ବିଜୟ କରାଇ ଓଡ଼ିଶାରେ ନବୀନ ପଟ୍ଟନାୟକ ଙ୍କୁ ପୁଣି ଥରେ କ୍ଷମତା ଦେବାକୁ ଲୋକ ଙ୍କୁ ନିବେଦନ କରିଥିଲେ l ବିଜୁ ପଟ୍ଟନାୟକ ଛକ ଠାରେ ପହଞ୍ଚି ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରୀ ପୁଜାରୀ ଆଶୀର୍ବାଦ ନେଇଥିଲେ l ଏହି ସମାବେଶ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷl ସୂପାର ଠେଲା, ବିଜେଡି ର ଜିଲ୍ଲା ସଭାପତି ସରୋଜ କମ୍ପ, କାର୍ଯକାରୀ ସଭାପତି ଅଭିମନ୍ୟୁ କୁଶଳ, ଉପ ସଭାପତି ରମେଶ ପୂଜାରୀ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତl ନାୟକ, ଉପାଧ୍ୟକ୍ଷା ମଲ୍ଲିକା ଦାନୀ, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପୀୟୂଷ ପଣ୍ଡା, ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, ପ୍ରକାଶ ସାହୁ, ତରଭା ଓ ଡୁଙ୍ଗୁରିପାଲି ବ୍ଲକ୍ ଅଧ୍ୟକ୍ଷ, ତରଭା ଓ ବିନିକା ଏନ୍ ଏ ସି ଅଧ୍ୟକ୍ଷ, ମନ୍ତ୍ରୀ ଙ୍କ ପ୍ରତିନିଧି ଗୋପାଳ ବରାଇ, ଟାଉନ୍ ସଭାପତି ଜନ୍ମେଜୟ ପାତ୍ର, ମାନଭଞ୍ଜନ ମିଶ୍ର, ସୁଭାଷ ସେଠୀ, ସତ୍ୟ ନାରାୟଣ ତ୍ରୀପାଠୀ, ମାନ ଭଞ୍ଜନ ବେଦବାକ, ଆନନ୍ଦ ପାତ୍ର, ଶାଶ୍ଵତ ମିଶ୍ର, ଶାନ୍ତନୁ ବାଗ, ଗୋପାଳ ମେହେର, ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ, ଓ ସମିତି ସଭ୍ୟ ଯୋଗ ଦେଇ ଥିଲେ l ଶ୍ରୀ ପୂଜାରୀ ଆଗରୁ ବିନିକା ନିର୍ବାଚନ ମଣ୍ଡଳୀ ରେ ଦୁଇ ଥର ଓ ସୋନପୁର ଆସନ ରେ ତିନି ଥର ବିଜୟୀ ହୋଇ ନବୀନ ସରକାର ଙ୍କ ମନ୍ତ୍ରୀ ମଣ୍ଡଳ ରେ ଗୁରୁତ୍ଵ ପୂର୍ଣ୍ଣ ବିଭାଗ ଦାୟିତ୍ଵ ନିର୍ବାହ କରି ସେ ଜଣେ ଦକ୍ଷ ଓ ସଫଳ ରାଜନୀତିଜ୍ଞ ଭାବରେ ପ୍ରମାଣ ଦେଇ ସାରିଛନ୍ତି l ରାଜ୍ଯ ମନ୍ତ୍ରୀ ମଣ୍ଡଳ ର ଜଣେ ଆଗ ଧାଡି ର ନେତା ଭାବେ ସେ ପରିଚିତ ଥିବା ବେଳେ ଚଳିତ ନିର୍ବାଚନ ରେ ମଧ୍ୟ ସେ ୫୦ହଜାର ରୁ ଅଧିକ ଭୋଟରେ ସେ ବିଜୟୀ ହେବେ ବୋଲି ପ୍ରଶଂସକ ମହଲ ରେ ଦୃଢ ବିଶ୍ଵାସ ରହିଛି l

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment