ବିଭିନ୍ନ ସ୍ଥାନରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ।

ଉଲୁଣ୍ଡା,୧୩/୦୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଖେମାଲୋଏ ଗ୍ରାମରେ ନଗେଶ୍ୱର ଯୁବକ ସଙ୍ଘ ତରଫରୁ ସ୍ୱାମୀ ବିବେକ ନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଏକ ସଭାରେ ଯୋଗ ଶିକ୍ଷକ ଦୁର୍ଗା ଚରଣ ସାହୁ ମୁଖ୍ୟ ଅତିଥି,ଶିକ୍ଷକ ମନୋଜ କୁମାର କର୍ଣ୍ଣ ଓ ନରେନ୍ଦ୍ର ଦେହୁରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ୱାମୀଜୀଙ୍କ ଜୀବନଦର୍ଶନ ଏବଂ ରାଷ୍ଟ୍ର ଗଠନରେ ବିବେକାନନ୍ଦଙ୍କ ଭୂମିକା ଉପରେ ଆଲୋଚନା କରିବା ସହ ସମସ୍ତେ ସ୍ୱାମୀ ବିବେକ ନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅଦ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୁବକ ସଂଘର ସମସ୍ତ ସଦସ୍ୟ ଯୋଗଦେଇଥିଲେ । ସଂଘର ସଭାପତି ହୃଷିକେଶ ଦେହୁରୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ନାରାୟଣ ଦେହୁରୀ ଧନ୍ୟବାଦ ଦେଇଥିଲେ ।ସେହିଭଳି ବିରମହାରାଜପୁର ବ୍ଲକର କେନ୍ଦୁପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ପ୍ରଧାନ ଶିକ୍ଷକ ବଟକୃଷ୍ଣ ପାଢିଙ୍କ ସ୍ୱାମୀ ପୌରହିତ୍ୟରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି ।ଏଥିରେ ସିକ୍ଷକ ସନ୍ତୋଷ ଘିବଲା,ସିତଂସୁ ଖମାରୀ,ଶିକ୍ଷୟିତ୍ରୀ ଆରତୀ ମିଶ୍ର,ଦିବ୍ୟରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ସ୍ୱାମୀଜୀଙ୍କର ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ ।ଶେଷରେ ଶିକ୍ଷୟିତ୍ରୀ ଅର୍ପିତ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।କୋଟସମଳାଇ ପାତାଳୀ ସେନା ପକ୍ଷରୁ ମଧ୍ୟ ଜାତୀୟ ଯୁବ ଦିବସ ପାଳନ ହୋଇଯାଇଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment