ବିଭିନ୍ନ ସ୍କୁଲରେ ସହାୟତା ଉପକରଣ ବଣ୍ଟନ ।

ଉଲୁଣ୍ଡା,୦୪/୦୯(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ସ୍କୁଲର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସହାୟତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଯୋଗଦେଇପ୍ରଥମ ପର୍ଯ୍ୟାୟରେ ଜାଲୋଏ ପଂଚାୟତ କଇରାଝୁଲି ସ୍କୁଲର ଛାତ୍ର ପ୍ରିୟବ୍ରତ ବାରିକ,ନିମନା ପଂଚାୟତ ଦଶରାଜପୁର ସ୍କୁଲର ଛାତ୍ର କ୍ରିଷ୍ଣ। ମେହେର,କଳାପଥର ପଞ୍ଚାୟତ ଜଗନ୍ନାଥପାଲି ସ୍କୁଲର ଛାତ୍ର କାହ୍ନା ମେହେର,କୋଟସମଲାଇ ପଂଚାୟତ ଗୁଳାବନ୍ଧ ସ୍କୁଲର ଛାତ୍ର ଲକ୍ଷ୍ମୀକାନ୍ତ ଦାଣ୍ଡିଆ, ଯଉଁରାଭଉଁରା ସ୍କୁଲର ଛାତ୍ରୀ ଯସ୍ମୀନ ବଘାର ଆଦି ପାଞ୍ଚ ଜଣ ଦିବ୍ୟଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟତା ଉପକରଣ ବଣ୍ଟନ କରିଥିଲେ ।ଏହି ବଣ୍ଟନ କାର୍ଯ୍ୟକ୍ରମକୁ ବିଆରଟି ରୋହିତ ନାୟକ ସହଯୋଗ କରିଥିଲେ । ରିପୋର୍ଟ :ଶାନ୍ତନୁ କୁମାର କର୍ଣ୍ଣ ।

Comments (0)
Add Comment