ବିଭିନ୍ନ ସମସ୍ୟା ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଙ୍କୁ ଭେଟିଲେ ମଜଦୁର ସଂଘର ଜିଲ୍ଲା ସଭାପତି ।

ପୋଲସରା ,୧୮/୦୬(ପିପିଟି):ପୋଲସରା ସହର ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳା ଠାରେ ଭାରତୀୟ ମଜଦୁର ସଂଘ ର ଜ଼ିଲ୍ଲା ସଭାପତି ଡ଼ଃ ଭବାନୀ ଶଙ୍କର ଦାଶ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ଭେଟି ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା, କର୍ମ ନିଯୁକ୍ତି ସମସ୍ୟା, ମତ୍ସ୍ୟଜୀବି ସମସ୍ୟା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।ଗଞ୍ଜାମ ଜିଲ୍ଲା ହେଉଛି ଦାଦନ ବହୁଳ ଜିଲ୍ଲା ତେଣୁ ଶ୍ରମିକ ମାନଙ୍କ ସମସ୍ୟା ସାଙ୍ଗକୁ ବିଭିନ୍ନ ସମସ୍ୟା କୁ ନେଇ ମନ୍ତ୍ରୀ ଙ୍କ ସହମଜଦୁର ସଙ୍ଘର ସଭାପତି ଦାସ ଆଲୋଚନା କରିଥିଲେ । ଆଗାମୀ ଦିନରେ ସମସ୍ତ ସମସ୍ୟା କୁ ଗୁରୁତର ସହ ନେଇ ସମସ୍ୟା ର ସମାଧାନ କରାଯିବ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିଶୃତି ଦେଇଥିଲେ|ଜାତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ଦାସ ଙ୍କ ଆଲୋଚନା ସମୟରେ ମଜଦୁର ସଙ୍ଘ ର ସମ୍ପାଦକ ଅର୍ଜୁନ କୁମାର ବେହେରା ସହ ସମ୍ପାଦକ କୈଳାଶ ପ୍ରଧାନ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment