ବିଭିନ୍ନ ସମସ୍ୟାକୁ ନେଇ ମେକାନିକାଲ୍ ମହାସଂଘର ବୈଠକ ।

ଭଞ୍ଜନଗର, ୩୧/୦୭(ପିପିଟି) : ପରିବହନ କ୍ଷେତ୍ରରେ ଦିନକୁ ଦିନ ଯାନବାହନ ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ସେହି ଅନୁସାରେ ମେକାନିକ ମାନଙ୍କ ଚାହିଦା ମଧ୍ୟ ବଢୁଛି।ମେକାନିକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଭଞ୍ଜନଗର ସହର ଉପକଣ୍ଠରେ ଥିବା ବାଞ୍ଚେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ମେକାନିକାଲ ମହାସଂଘ ର ଏକ ବୈଠକ ଅନୁଷ୍ଠିତ ହେଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ମହାସଙ୍ଘର ରାଜ୍ଯ ସଭାପତି ଅରକ୍ଷିତ ରାଉଳ ଏବଂ ରାଜ୍ଯ କମିଟିର ସଦସ୍ଯ ଆଲମ୍ ଖାନ, ରାଜା ବାବୁ,ପରମେଶ୍ଵର ସାହୁ,ରାଜ କିଶୋର୍ ସାହୁ,କବି ପ୍ରଧାନ,ଲିଟୁ ପ୍ରଧାନ,ରମଜାନ୍ ଖାନ, ବିପିନ୍ ମହନ୍ତ, ସୁରେନ୍ଦ୍ର ମହନ୍ତ,ନିଳାଞ୍ଚଳ ଗୌଡ,ବାସୁଦେବ ମହାରଣା,ଏବଂ ୨୦ଟି ଜିଲ୍ଲାର ଆଗ ଧାଡ଼ିର କର୍ମକର୍ତ୍ତା ଯୋଗ ଦେଇ ଥିଲେ।ସେହିପରି ଭଞ୍ଜନଗର ମେକାନିକ ସଂଘ ସଭାପତି ବାସୁ ଦେବ ମହାରଣା, ଉପସଭାପତି ନୀଳାଞ୍ଚଳ ଗୌଡ଼,ସମ୍ପାଦକ ସୁରତ ସାହୁ,ସହ ସମ୍ପାଦକ ଦୀପକ ପ୍ରଧାନ ଯୋଗ ଦେଇ ଥିଲେ।ସେହିପରି ରାଜୁ,କବି,ରାଜା, ଲୁଟୁ,ଆଲମ,ପପୁ, ସରୋଜ, ବିପିନ, ସୁରେନ୍ଦ୍ର, ମମତାଜ, ପ୍ରମୁଖ ଉପସ୍ଥିତ ଥିଲେ।ଘୁମୁସର ଅଞ୍ଚଳ ର ମେକାନିକ ମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ଏହି ବୈଠକରେ ମେକାନିକ ମାନଙ୍କର ମୌଳିକ ଅଧିକାର ଓ ସମସ୍ୟା କୁ ସରକାରଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କର ସୁଖ ଦୁଃଖରେ ସାମିଲ ହେବା ଏବଂ ସରକାରଙ୍କ ବିଶ୍ୱକର୍ମା ଯୋଜନାରେ ମେକାନିକ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ମତ ପ୍ରକାଶ କରିଥିଲେ।ବିଶେଷ କରି ମେକାନିକ ଓ ଗାଡି ମାଲିକ ମାନଙ୍କ ମଧ୍ୟ ରେ ସନନ୍ଵୟର ଅଭାବ ରହିଥାଏ, ତେଣୁ କିପରି ପରସ୍ପର ମଧ୍ୟରେ ସମ୍ପର୍କରେ ସୁଧାର ଆସିବ ସେଥିପାଇଁ ସଙ୍ଘ ଚେଷ୍ଟା କରିବ ବୋଲି ରାଜ୍ୟ ସଭାପତି ଅରଖିତ ରାଉଳ ପ୍ରକାଶ କରିଛନ୍ତି।ସେହିପରି
ମେକାନିକ ମାନଙ୍କୁ କିପରି ସ୍ୱାସ୍ଥ୍ୟ ବୀମା ମିଳିବ ସେଥିପାଇଁ ସଂଘ ଚେଷ୍ଟା କରିବ ବୋଲି ନିଲାଞ୍ଚଳ ଗୌଡ଼ କହିଥିଲେ।ଆଜିର ବୈଠକରେ ଘୁମୁସର ଅଞ୍ଚଳର ବହୁ ମେକାନିକ ମାନେ ଯୋଗ ଦେଇଥିଲେ।ଘୁମୁସର ଅଞ୍ଚଳର ସଭାପତି ବାସୁଦେବ ମହାରଣା ସମସ୍ତ ମେକାନିକମାନଙ୍କ ମଧ୍ୟରେ ଏକତା ବଜାୟ ରଖିବା ପାଇଁ କହିଥିଲେ। ବୈଠକରେ ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ର ସଭା ପରିଚାଳନା କରିଥିଲେ।

(ରିପୋର୍ଟ-  ଜେ.କେ ପଟ୍ଟନାୟକ)

Comments (0)
Add Comment