ବିଭିନ୍ନ ଶ୍ରମିକ ସଙ୍ଗଠନର ପ୍ରତିବାଦ ।

ଜଗତସିଂହପୁର,୨୩/୦୯(ପିପିଟି); କେନ୍ଦ୍ରୀୟ ଶ୍ରମିକ ସଂଗଠନ ଡାକରାରେ ଶ୍ରମିକ ମାନଙ୍କ ୩୦ ଦଫା ଦାବି ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଏଆଇଟିୟୁସି ଓ ଏଆଇୟୁଟିୟୁସି ମିଳିତଭାବେ ଦାବିପତ୍ର ପ୍ରଦାନ କରିଛନ୍ତି । ଏଆଇଟିୟୁସି ଜିଲ୍ଲା ସଂପାଦକ ସୁବାସ ମହାପାତ୍ର, ଏଆଇୟୁଟିୟୂସି ର ଜିଲ୍ଲା ସଂପାଦକ ପ୍ରଦୀପ୍ତ ରାମ ଏହି ଦାବିପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଆଇଓ୍ବାଇଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି, ଜିଲ୍ଲା ଆବାହିକା ରୋଜାଲିନ ଦାଶ, ଏଆଇଟିୟୁସି ରାଜ୍ୟ ସଂପାଦିକା ଜିନ୍ମୟୀ ସାହାଣୀ, ଜିଲ୍ଲା ଉପସଭାପତି ସୋମନାଥ ଗିରି,ଅଜୟ ବେହେରା, ରମାକାନ୍ତ ସ୍ଵାଇଁ ପ୍ରମୁଖ ଯୋଗଦାନ କରିଥିଲେ । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment