ବିଭିନ୍ନ ଦୁର୍ନୀତିକୁ ନେଇ ମକଦ୍ଦମା ରୁଜୁ କରିବ କଂଗ୍ରେସ ।

ମାଲକାନଗିରି,ତା:୧୩/୧୦(ପିପିଟି);ମାଲକାନଗିରି ଓଡିଶାର ଏକ ପଛୁଆ ଜିଲ୍ଲା । ଏଠାରେ ଅଧିକାଂଶ ଲୋକ ଅଶିକ୍ଷିତ ତଥା ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ ଭାବେ ଜଣାଶୁଣା । କେନ୍ଦ୍ର ଓ ରାଜ୍ଯ ସରକାର ମାଲକାନଗିରି ଜିଲ୍ଲାର ଦ୍ରୁତ ବିକାଶ ଲାଗି ବିଭିନ୍ନ ବିଭାଗକୁ କୋଟି କୋଟି ଅନୁଦାନ ଯୋଗାଉଥିବା ବେଳେ ଏହାର ଉପଯୁକ୍ତ ବିନିଯୋଗ ନହୋଇ ଜିଲ୍ଲା ଅଧିକାରୀ ,ବ୍ଲକ ଅଧିକାରୀ ତଥା ଯନ୍ତ୍ରୀମାନେ ମହାଦୁର୍ନୀତିରେ ସଂଶ୍ଲିଷ୍ଠ ଥିବା ଜଣା ପଡିଛି । ଏ ଭଳି ଚରମ ଦୁର୍ନୀତି ଜିଲ୍ଲା ଗଠନ ହେବାର ଦୀର୍ଘ ୨୮ ବର୍ଷ ବିତିଯାଇଥିଲେ ମଧ୍ଯ କଶ୍ମିନ ରାଳେ ହୋଇ ନଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି । ଜିଲ୍ଲାର ବିକାଶ ବଦଳରେ ବିନାଶ ଆଡକୁ ଗତି କରୁଛି । ଯେଉଁ ବିଭାଗକୁ ନିରିକ୍ଷଣ କରିବ ଦୁର୍ନୀତି ଏବଂ ଭ୍ରଷ୍ଠାତାର ଗନ୍ଧ ସହଜେ ବାରି ହେବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ସ୍ବଭିମାନ ଅଞ୍ଚଳରେ ସ୍ବଛ ଭାରତ ଅଭିଯାନରେ କୋଟି କୋଟି ଟଙ୍କା ବ୍ଯୟ କରାଯାଇ ନିମ୍ନମାନର ପାଇଖାନା ନିର୍ମାଣ କରିବା ଏବଂ କେତେକ ଗ୍ରାମରେ ପାଇଖାନା ନିର୍ମାଣ କରାନଯାଇ କାଗଜ କଲମରେ ପାଇଖାନା ନିର୍ମାଣ କରାଯାଇ ଅର୍ଥକୁ ଆତ୍ମସାତ କରିବା ମାହାଦୁର୍ନୀତି ସଂପର୍କରେ ଗଣମାଧ୍ଯମରେ ପ୍ରକାଶ ପାଇଲା ପରେ ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ଜିଲ୍ଲାପାଳ ତଦନ୍ତ କମିଟି ଗଠନ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ଯତୀତ ସ୍ବଭିମାନ ଅଞ୍ଚଳକୁ ନିଜେ ଯାଇ ପାଇଖାନା ଦୁର୍ନୀତି ସଂପର୍କରେ ଅବଗତ ହୋଇ ଦୋଶୀ ବିରୁଧ ବିହିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଗଣ ମାଧ୍ଯମରେ ପ୍ରକାଶ କରିଥିଲେ । ଏହା ସ୍ବାଗତ ଯୋଗ୍ଯ ପଦକ୍ଷେପ ବୋଲି କଂଗ୍ରସ କହିବା ସହ ପୂର୍ବରୁ ଜିଲ୍ଲା ନିକଟରେ କିପରି ସ୍ବାଭିମାନ ଅଞ୍ଚଳରେ ପାଇଖାନା ଦୁର୍ନୀତି ସଂପର୍କରେ ସୂଚନା ନଥିଲା ବୋଲି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଓଲଟା ପ୍ରଶ୍ନ କରିଛନ୍ତି । ଅନ୍ଯ ପକ୍ଷରେ ମାଲକାନଗିରି ଜିଲ୍ଲା ଶ୍ରମ ବିଭାଗରେ କୋଟି କୋଟି ଟଙ୍କାର ଲେବର କିଟ୍ ମହାଦୁର୍ନୀତିରେ ଅନୁଗୁଳବାସୀ ସୁଶୀଳ ଅଗ୍ରୱାଲା ସଂପ୍ରୁକ୍ତ ଥିବା କଂଗ୍ରେସ ଦଳ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାପାଳ ଏ ସଂପର୍କରେ ସଂପୂର୍ଣ୍ଣ ଅବଗତ ଥିବା ସତ୍ବେ ଆଜି ପର୍ଯ୍ଯନ୍ତ କାହିଁକି ତଦନ୍ତ କରାଯାଇ ନାହିଁ ବୋଲି କଂଗ୍ରେସ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ଏକ ପ୍ରସ ବିଜ୍ଞପ୍ତି ମାଧ୍ଯମରେ ଅଭିଯୋଗ କରିଛନ୍ତି । ଗତ ସେପ୍ଟେମ୍ବର ୧୭ ତାରିଖ ଦିନ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ ପ୍ରଧାନ ଧାନ କିଣା ଦୁର୍ନୀତିରେ ଦଣ୍ଡିତ ହୋଇଥିବା ଆସାମୀମାନଙ୍କ କେଶକୁ ରଫାଦଫା କରିବା ପାଇଁ ଲାଞ୍ଚ ମାଗୁଥିବା ଅଡିଓ ଟେପ୍ ଭାଇରାଲ ହେଲା ପରେ ସେପ୍ଟେମ୍ବର ୧୯ ତାରିଖ ଦିନ ଜିଲ୍ଲା କଂଗ୍ରେସ କମିଟି ସ୍ଥାନୀୟ ଅତିରିକ୍ତ ଏସପି ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କଲା ପରେ ଜିଲ୍ଲାପାଳ କମ ଦିନ ମଧ୍ଯରେ ମନୋଜ ପ୍ରଧାନଙ୍କ ବିରୁଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁଳ ପ୍ରତିଶ୍ରୁତି ଦେଇଥିଲେ । ପୁନଶ୍ଚ ମନୋଜ ପ୍ରଧାନଙ୍କ ବିରୁଧରେ ଜିଲ୍ଲାପାଳ କୌଣସି ପଦକ୍ଷେପ ନନେବା ଫଳରେ ଗତ ୨୮ ତାରିଖ ଦିନ କଂଗ୍ରେସ ଦଳ ତରଫରୁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ୧୦ ଦିନ ମଧ୍ଯରେ ତଦନ୍ତ କରାଯାଇ ମନୋଜ ପ୍ରଧାନଙ୍କ ବିରୁଧରେ ଉପଯୁକ୍ତ କାର୍ଯ୍ଯନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ଯ କୌଣସି ପଦକ୍ଷେପ ଅଦ୍ଯାବଧି ଗ୍ରହଣ କରାଯାଇ ନାହିଁ ।ତେବେ ମନୋଜ ପ୍ରଧାନଙ୍କୁ କାହିଁକି ଜିଲ୍ଲାପାଳ ଘଣ୍ଟ ଘୋଡାଇ ଆଜି ପର୍ଯ୍ଯନ୍ତ ସୁରକ୍ଷା ଦେଉଛନ୍ତି ବୋଲି କଂଗ୍ରେସ କମିଟି ପ୍ରଶ୍ନ କରିଛି ? ଯଦି ମନୋଜ ପ୍ରଧାନଙ୍କ ବିରୁଧରେ ଜିଲ୍ଲାପାଳ ଦୃଢ କାର୍ଯ୍ଯାନୁଷ୍ଠାନ ନଗ୍ରହଣ କରନ୍ତି ତେବେ ଉକ୍ତ ଅଡିଓ ଟେପକୁ ଓଡିଶା ଲୋକପାଳ ଏବଂ ରାଜ୍ଯ ଦୁର୍ନୀତି ବିଭାଗକୁ ତୁରନ୍ତ ହସ୍ତାନ୍ତର କରାଯିବା ସହ ସଂପୃକ୍ତ ଅଧିକାରୀଙ୍କ ବିରୁଧରେ ମକଦ୍ଦମା ରୁଜୁ କରାଯିବ ବୋଲି କଂଗ୍ରେସ କମିଟି ଚେତାବନୀ ଦେଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment