ବିଭିନ୍ନ ଦାବି ନେଇ ପ୍ରତିବାଦ।

ଜଗତସିଂହପୁର,୦୧/୦୬(ପିପିଟି); ଅଖିଳ ଭାରତ ଯୁବ ସଂଘ ରାଜ୍ୟ ଉପସଭାପତି ସତ୍ୟରଞ୍ଜନ ମହାନ୍ତି, ଜିଲ୍ଲା ଆବାହିକା ରୋଜାଲିନ ଦାଶ ବିଭିନ୍ନ ଦାବି ପୂରଣ ନିମନ୍ତେ ପ୍ରଦର୍ଶନ କରିଛନ୍ତି । ପ୍ରତ୍ୟେକ ଏଏନଏମ ସେଣ୍ଟର ଜରିଆରେ ସମସ୍ତଙ୍କୁ ଟୀକାକରଣ , ସମସ୍ତ ଅଣଟିକସଦାତା ପରିବାରକୁ ମାସିକ ଦଶହଜାର ଟଙ୍କା ସହାୟତା ପ୍ରଦାନ , ବିଜୁଳି ବିଲ ପାଣି ବିଲ ଛାଡ ,ମହିଳା ସ୍ବୟଂସହାୟକ ଗୋଷ୍ଠୀ ଗୁଡିକ ଉପରେ ଘରୋଇ ଅର୍ଥଲଗାଣ ସଂସ୍ଥା ଗୁଡିକର ଦାଦାଗିରି ବନ୍ଦ କରିବା ସହ ସମସ୍ତ ପ୍ରକାର ଇଏମଆଇ ଆଦାୟ ବନ୍ଦ, ଡାକ୍ତରଖାନା ଗୁଡିକରେ ଖାଲିଥିବା ସମସ୍ତ ପଦବୀ ତୁରନ୍ତ ପୁରଣ ପ୍ରଭୃତି ଦାବି ନେଇ ଗତକାଲି ଅପରାହ୍ନରେ ନିଜ ଘର ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତ ୨୩ମଇ ୨୦୨୧ରିଖ ଦିନ ଯୁବସଂଘର ରାଜ୍ୟପରିଷଦ ବୈଠକରେ ରାଜେନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଏହିପରି ଭାବେ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment