ବିଭିନ୍ନ ଦାବି ନେଇ ଏଆଇଏସଏଫ ପକ୍ଷରୁ ପ୍ରତିବାଦ।

ଜଗତସିଂହପୁର,୦୧/୦୬(ପିପିଟି);ଦେଶର ପ୍ରଥମ ସର୍ଵ ଭାରତୀୟ ଛାତ୍ର ସଂଗଠନ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସଏଫ) ପକ୍ଷରୁ କରୋନା କାଳରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲ୍ୟାପଟପ୍,ଡାଟା ଓ ଅନ୍ୟ ପାଠ୍ୟ ଉପକରଣ ଖର୍ଚ୍ଚ ପାଇଁ ଆକାଉଣ୍ଟକୁ କ୍ୟାସ୍ ଟ୍ରାନ୍ସଫର, ଆଗାମୀ ଶିକ୍ଷା ବର୍ଷର ସମସ୍ତ ଫି’ ଛାଡ୍ , ୟୁଜିସିର ଵ୍ଲେଣ୍ଡେଡ୍ ଟିଚିଙ୍ଗ୍ ନିର୍ଦ୍ଦେଶ ପ୍ରତ୍ଯାହାର, ସମସ୍ତଙ୍କୁ ସାର୍ଵଜନୀନ ଟୀକା କରଣ, କେରଳ ଭଳି ଓଡିଶା ସରକାର ଶିକ୍ଷା ପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ୍ ତିଆରି ଓ ଡିଜିଟାଲ୍ ଲାଇବ୍ରେରୀ ସୁନିଶ୍ଚିତ କରିବା ଆଦି ଦାବିରେ ରାଜ୍ଯର ଅଧିକାଂଶ ଵିଦ୍ଯାଳୟ, ମହାଵିଦ୍ଯାଳୟ,ଵିଶ୍ଵ ଵିଦ୍ଯାଳୟ ଓ ଵୃତ୍ତିଗତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଆଜି ଡିଜିଟାଲ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଜଗତସିଂହପୁର ଜୋନାଲ କମିଟି ସଦସ୍ୟ ରଶ୍ମିତା ଭୋଇ, ଲକ୍ଷ୍ମୀପ୍ରିୟା ଭୋଇ, ସୌମ୍ୟରଞ୍ଜନ ସ୍ଵାଇଁ, ଜ୍ୟୋତିରଂଜନ ମହାନ୍ତି ,ସରୋଜ ଦାସ ,ସୁନୀଲ ଦାସ,ମନୋଜ ଭୋଇ ପ୍ରମୁଖ ସରକାରଙ୍କ ଉଦ୍ଦେଶ୍ୟରେ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଉଗାଳପୁର ଠାରେ ପ୍ରଦର୍ଶନ କରିଛନ୍ତି । ଗତ ୨୦୨୦ ମସିହା ମାର୍ଚ୍ଚ ୧୦ ତାରିଖରୁ ସ୍କୁଲ କଲେଜ ଵନ୍ଦ କରି ଦିଆଯାଇଛି। ଡିଜିଟାଲ ଇଣ୍ଡିଆ କଥା କହି ଵିଶ୍ଵ ଵିଦ୍ଯାଳୟ, ମହାଵିଦ୍ଯାଳୟ ଓ ଵୃତ୍ତିଗତ ଶିକ୍ଷାନୁଷ୍ଠାନରେ ଅନଲାଇନ ଶିକ୍ଷା କଥା କୁହାଯାଉଥିଲେ ଵି ଗ୍ରାମାଞ୍ଚଳର ୮୦ଭାଗ ଓ ସହରାଞ୍ଚଳର ୩୦ଭାଗ ଛାତ୍ରଛାତ୍ରୀ ଲାପଟପ ଅଥଵା ସ୍ମାର୍ଟ ଫୋନ୍, ଇଣ୍ଟରନେଟ୍ ଓ ବିଦ୍ୟୁତ୍ ସଂଯୋଗ ଅପହଞ୍ଚ ହେତୁ ଏହି ଅନଲାଇନ ଶିକ୍ଷାରୁ ଵଞ୍ଚିତ ହେଉଛନ୍ତି। ୟୁଜିସି ପକ୍ଷରୁ ନିକଟରେ ଵ୍ଲେଣ୍ଡେଡ୍ ଟିଚିଙ୍ଗ୍ ନାମରେ ଏକ ନିର୍ଦ୍ଦେଶ ଦିଆଯାଇଛି, ଯାହାଫଳରେ ପ୍ରାରମ୍ଭିକ ପର୍ଯ୍ଯାୟରେ ୪୦% ଶିକ୍ଷାଦାନ ଆଉ ଶିକ୍ଷକ କରିଵେ ନାହିଁ,ଏହା ଅନଲାଇନରେ ଆପ୍ ମାଧ୍ଯମରେ କରାଯିଵ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment