ବିଭିନ୍ନ ଗ୍ରାମରେ ପୋଲସରା ବିଧାୟକଙ୍କ ଦ୍ବାରା ପ୍ରକଳ୍ପ ଉଦ୍‌ଘାଟନ।

ବୁଗୁଡା,୨୦/୧୨(ପିପିଟି): ବୁଗୁଡା ବ୍ଳକ ଅନ୍ତର୍ଗତ ଅରଖପୁର,ନୂଆଗାଁ, ଅନ୍ତରପଡା, ବକ୍ସିପଲ୍ଲି,ସାଙ୍କୁଳେଇ ଓ କନ୍ଧଚନ୍ଦନ ପେଢି ଗ୍ରାମର ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିବା ସହ ଲୋକଙ୍କ ସମସ୍ୟା ବୁଝିଛନ୍ତି।ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପୋଲାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ବୁଗୁଡା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ,ସିଡିପିଓ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ସରପଞ୍ଚ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Comments (0)
Add Comment