ବିଭିନ୍ନ ଅନୁଷ୍ଠାନରେ ପୂଜା ପାଇଲେ ପ୍ରଭୁ ଗଜାନନ ।

ଭଞ୍ଜନଗର,୧୦/୦୯(ପିପିଟି): କରୋନା ଆସିବା ପର ଠାରୁ ପାର୍ବଣ ଋତୁ ପୁରା ଫିକା ପଡ଼ି ଯାଇଛି।ନା ଅଛି କାହା ମନରେ ଆନନ୍ଦ, ନା ଅଛି ଆନ୍ତରିକତା କେବଳ ଔପଚାରିତା ଦୃଷ୍ଟିରୁ ନାମ କୁ ମାତ୍ର ପାଳନ କରାଯାଉଛି ବିଭିନ୍ନ ପର୍ବ ପର୍ବାଣୀ।ଗଣେଶ ପୂଜା କୁ ନେଇ ଗ୍ରାମାଞ୍ଚଳ ଠାରୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇ ଉଠୁଥିବା ବେଳେ ଏବେ ସେସବୁ ସାତ ସ୍ୱପ୍ନ ହୋଇଯାଇଛି।ପୂର୍ବରୁ ଭଞ୍ଜନଗର ଅଞ୍ଚଳରେ ବିଭିନ୍ନ ସାହି,ଅନ୍ୟାନ୍ୟ ସଙ୍ଗଠନ ପକ୍ଷରୁ ଗଣେଶ ପୂଜା ବେଶ ଧୁମଧାମରେ ପାଳନ ହେଉଥିବା ବେଳେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ କେବଳ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କେତେକ ଘରୋଇ ସଙ୍ଗଠନ ନିରାଡ଼ମ୍ବର ଭାବେ ଏହି ପୂଜାର ଆୟୋଜନ କରିଛନ୍ତି। ସେଥିମଧ୍ୟରେ ୟୁନିକ ଡ୍ୟାନ୍ସ ଏକାଡେମୀ, ତ୍ରିପାଠୀ ଟ୍ୟୁଟୋରିଆଲ, କେନସଫ୍ଟ ଏକାଡେମୀ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ରେ ସୀମିତ ଛାତ୍ରଛାତ୍ରୀଙ୍କୁ ନେଇ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟତଃ ଘରେ ଘରେ ଅଭିଭାବକ ମାନଙ୍କ ସହ ପିଲାମାନେ ଏହି ପୂଜାରେ ସାମିଲ ହୋଇଥିବା ଦେଖାଯାଇଛି।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment