ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୨୮ ତମ କ୍ରୀଡ଼ା ଉତ୍ସବ ଉଦଯାପିତ ।

ବେଲଗୁଣ୍ଠା,୨୨/୧୨(ପିପିଟି ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ତିନିଦିନ ଧରି ଚାଲିଥିବା ୨୮ ତମ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସୋରଡ଼ା ବିଧାୟକ ତଥା ଅନୁଷ୍ଠାନର ସଭାପତି ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅଭିଭାବକଙ୍କ ସଚେତନତା ଯୋଗୁଁ ବିଦ୍ୟାଳୟଟିର ସୁପରିଚାଳନା ହୋଇପାରୁଛି ବୋଲି ପ୍ରକାଶ କରିବା ସହ କ୍ରୀଡ଼ା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିଥାଏ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ, ସଭ୍ୟ ପଦ୍ମ ବିଷୋୟୀ,ବିକ୍ରମ ପାତ୍ର,ଗାଙ୍ଗପୁର ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର୍ଷଣ ବିଷୋୟୀ,ରଙ୍କନିଧି ବିଷୋୟୀ,ସନ୍ତୋଷ କୁମାର ବିଷୋୟୀ,ଦିବାକର ବିଷୋୟୀ,ନିତ୍ୟାନନ୍ଦ ବିଷୋୟୀ,ଜଗନ୍ନାଥ ବିଷୋୟୀ,ନାଟ୍ୟ ନିର୍ଦ୍ଦେଶକ ଜୟନ୍ତ ବେହେରା ପ୍ରମୁଖ ମଞ୍ଚାସୀନ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଚାମ୍ପିୟନ୍ ଟ୍ରଫି ପ୍ରସ୍ତୁତି ପାଇଁ ବେଲଗୁଣ୍ଠା ବ୍ଳକ୍ କ୍ରୀଡ଼ା ସମ୍ପାଦକ ତଥା କ୍ରୀଡ଼ା ଶିକ୍ଷକ ଆଶୁତୋଷ ସ୍ୱାଇଁ,ମଞ୍ଚ ସଜ୍ଜା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ଗୌରୀ ଶଙ୍କର ବିଷୋୟୀ,ମିଥୁନ୍ ନାୟକ, ନୃତ୍ୟ ନିର୍ଦ୍ଦେଶକ ଆଶିଷ୍ ବେହେରା,ଗୁରୁମା ସନ୍ତୋଷିନୀ ଗୌଡ଼ଙ୍କ ,ଲାଇଟ୍ ସାଉଣ୍ଡ୍ ଅପରେଟର ମିଥୁନ୍ ବିଷୋୟୀଙ୍କ ସମେତ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ,କର୍ମଚାରୀ ଏବଂ ଅଟୋ ଚାଳକ ମାନଙ୍କୁ ବିଧାୟକଙ୍କ ଦ୍ୱାରା ଅଙ୍ଗବସ୍ତ୍ର ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ୫୨ଟି ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବାଳକ ବିଭାଗରେ ଅଷ୍ଟମ ଶ୍ରେଣୀର ଛାତ୍ର ରାମକୃଷ୍ଣ ଗୌଡ଼ ଏବଂ ବାଳିକା ବିଭାଗରେ ସପ୍ତମ ଶ୍ରେଣୀର ଛାତ୍ରୀ ସୋନାକ୍ଷୀ ନାୟକ ଚାମ୍ପିୟନ୍ସ ଟ୍ରଫି ହାସଲ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅଭିବାବକ ମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ଦେବାଶିଷ ବିଷୋୟୀ,ସାଂସ୍କୃତିକ ପରିଷଦ ମୁଖ୍ୟ ମିଥୁନ୍ ନାୟକ,ବରିଷ୍ଠ ଗୁରୁଜୀ ଗଣେଶ ସାହୁ, ପବିତ୍ର ମୋହନ ବିଷୋୟୀ,ବିଶ୍ୱ ରଞ୍ଜନ ସେଠୀ, ଶେଷଦେବ ପାଢୀ ପ୍ରମୂଖ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିବାବେଳେ ଗୁରୁମା ପ୍ରତିମା ବିଷୋୟୀ,ରିନା ସାହୁ,ସନ୍ତୋଷୀ ରାଣୀ ବିଷୋୟୀ, ସନ୍ତୋଷୀ ଗୌଡ଼, ଝିଲ୍ଲୀ ରାଣୀ ନାୟକ, ଗାୟତ୍ରୀ ପାତ୍ର, ସୁଜ୍ଞାନୀ ପଟ୍ଟନାୟକ ,ଜ୍ୟୋତ୍ସ୍ନା ରାଣୀ ପ୍ରଧାନ,ସନ୍ତୋଷିନୀ ଗୌଡ,ବୈଶାଖୀ ବେହେରା,ସଞ୍ଜନା ଗୌଡ଼,ପିନୁ ବିଷୋୟୀ, ଶୀତଲ ସ୍ୱାଇଁ ,କର୍ମଚାରୀ ପଙ୍କଜ, ରଞ୍ଜିତା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Comments (0)
Add Comment