ବିବେକାନନ୍ଦ ଶିଶୁ ଶିକ୍ଷା ଅନୁଷ୍ଠାନରେ ବାର୍ଷିକ କ୍ରୀଡା ।

ବେଲଗୁଣ୍ଠା,୧୨/୧୨(ପିପିଟି) : ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବଡ଼ବୋରସିଙ୍ଗି ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ଅନୁଷ୍ଠାନ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ଅନୁଷ୍ଠାନ ର ଛାତ୍ରଛାତ୍ରିଙ୍କ ଦ୍ଵାରା ବିଭିନ୍ନ ଖେଳକୁଦ ଅନୁଷ୍ଠାନ ର ଗୁରୁଜୀ, ଗୁରୁମା ଏବଂ ପ୍ରଧାନ ଗୁରୁଜୀ ଅପୃର୍ବ ଭୋଳ ଏବଂ ସ୍ଥାନିୟ ନୋଡାଲ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ନକୁଳ ପ୍ରଧାନଙ୍କ ସହଯୋଗ ରେ ପରିଚାଳିତ ହୋଇଯାଇଛି । ତିନିଦିନଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତଯୋଗୀତା ର ଉଦଯାପନୀ ଉତ୍ସବ ରେ କୃତି ଛାତ୍ରଛାତୃଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଶରତ ଚନ୍ଦ୍ର ବିଷୋୟୀ ପରିଚାଳନା କରି ଥିଲେ । ସମ୍ପାଦକ ଏସ ସିମାଞ୍ଚଳ ପୃଷ୍ଟି ବାର୍ଷିକ ବିବରଣୀ ପାଠ କରିବା ସହ ସ୍ୱାସ୍ଥ୍ୟପାଇଁ କ୍ରୀଡାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ i କାର୍ଯ୍ୟକ୍ରମରେ ବହୁ ଅଭିଭାବକ, ଅଭିଭାବିକା ଉପସ୍ଥିତ ଥିଲେ । ପୁରସ୍କାର ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ପୂର୍ବତନ ବନ ପର୍ମଚାରି ଶୂଳପାଣି ଶତପଥୀ, ପୂର୍ବତନ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ବିଷୋୟୀ, ଅବସର ପ୍ରାପ୍ତ ସେନା ଅଧିକାରୀ କେପଟେନ ମହେନ୍ଦ୍ର କୁମlର ସ୍ୱାଇଁ ଏବଂ ସମିତି ସଭ୍ୟା ମମତା ଭୋଳ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ଏବଂ କୃତି ଛାତ୍ର,ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ । ସ୍ଥାନିୟ ସରପଞ୍ଚ ଏସ ରାମେଶ୍ୱର ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅନୁଷ୍ଠାନ ଓ କ୍ରୀଡା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୁରଜୀ ସୁକାନ୍ତ କୁମାର ଷଢଙ୍ଗୀ, ସନ୍ତୋଷ କୁମାର ସ୍ୱାଇଁଙ୍କ ସମେତ ସମସ୍ତ ଗୁରୁମା, ଗୁରୁଜୀ ଙ୍କ ସହ ଶିକ୍ଷା ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନତରଫରୁ ଚାରା ରୋପଣ ସକାଶେ ଅତିଥିମାନେ କର୍ମକର୍ତ୍ତାଙ୍କୁ ଚାରା ପ୍ରଦାନ କରିଥିଲେ ଏବଂ ତାର ଯତ୍ନନେବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ- -ସୁଶାନ୍ତ କୁମାର ବେହେରା

Comments (0)
Add Comment