ବିପୁଳ ପରିମାଣର ନକଲି ମଦ ଜବତ, ୫ ଗିରଫ।

ବେଲଗୁଣ୍ଠା,୨୭/୦୭(ସୁଶାନ୍ତ କୁମାର ବେହେରା ) ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପୋଲିସ ନକଲି ମଦ ପ୍ରସ୍ତୁତ କରି ବିକ୍ରିକରୁଥିବା ଅଭିଯୋଗ ରେ ୫ ଜଣକୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ବାଲିଗୁଡା ଥାନା ଅଞ୍ଚଳର ଗୌରହରି ଦାସ ଓ ତଙ୍କ ସ୍ତ୍ରୀ ସରସ୍ୱତୀ ମହାନ୍ତି,ହିଞ୍ଜିଳି ଥାନା ଅନ୍ତର୍ଗତ କାଞ୍ଜିଆମା ଗ୍ରାମର ପ୍ରଦୀପ କୁମାର ଦାସ,ଗାଙ୍ଗପୁର ଥାନା ଧାନପୁଞ୍ଜା ଗ୍ରାମର ରାଜ ବାବୁ ସାହୁ,ସେହିଭଳି ବ୍ରହ୍ମପୁର ବଡ଼ବଜାର ଥାନା ପ୍ରହ୍ଲାଦ ନଗରର ସନ୍ତୋଷ ସ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।ସୂଚନା ମୁତାବକ ଆଜି ସକାଳ ସମୟରେ ପାଇଲି ପୋଡା ଛକ ନିକଟରେ ଗାଙ୍ଗପୁର ପୋଲିସ ବ୍ଲୋକିଙ୍ଗ କରି ଗାଡ଼ିଗୁଡିକୁ ଯାଞ୍ଚ କରୁଥିବା ସମୟରେ ଏକ ଲାଲରଙ୍ଗର କାରକୁ ଯାଞ୍ଚ କରିବା ପାଇଁ ଅଟକାଇଥିଲା କିନ୍ତୁ ଗାଡିଟି ପୋଲିସକୁ ଦେଖି ଦ୍ରୁତ ଗତିରେ ଆଗକୁ ମାଡିଥିଲା ତେଣୁ ପୋଲିସକୁ ସନ୍ଧେହ ହେବରୁ ଗାଡିଟିକୁ ପିଛା କରି ବିଞ୍ଚଣା ଛକ ଠାରେ ଗାଡିକୁ ଅଟକାଇଥିଲା।ଗାଡିଭିତରେ ୧୦୦ ଟି ୧୮୦ ଲିମିଲିଟରର ନକଲି ମଦ ଚାଲାଣ ହେଉଥିବା ଦେଖିଥିଲା। ପୋଲିସ ଗାଡିର ଡ୍ରାଇଭକୁ ଅଟକରଖି ପଚାରା ଉଚାରା କରିବାରୁ ଜାଣିବାକୁ ପାଇଥିଲେ ଏହା ପଛରେ ଏକ ବଡ଼ ଧରଣର ରାକେଟ କାଯ୍ୟ କରୁଛି।ପୋଲିସ ଖୋଳତାଳ କରି ଧାନପୁଞ୍ଜା ଗ୍ରାମର ରାଜ ବାବୁଙ୍କ ଘରେ ଚଢ଼ାଉ କରିବା ପରେ ସେଠାରୁ ୧୫୨ ଲିଟର ବିଦେଶୀ ମଦ,୧୪୪ ଟି ହୋମିୟ ପାତିକ ସ୍ପିରିଡ଼ ବୋତଲ ,୬୦୦ ଖାଲି ବୋତଲ,ଠିପି,ବ୍ରାଣ୍ଡ ଲେବଲ ,ବ୍ରାଣ୍ଡ ସିଲ,ପାଞ୍ଚଟିମୋବାଇଲ ଫୋନ,୩୩୬୦ ଟଙ୍କ,ଗୋଟିଏ କାରକୁ ଜବତ କରିବା ସହ ୫ ଜଣକୁ ଗିରଫ କରିଛି ପୋଲିସ।ଏହି ନକଲି ମଦ ପ୍ରସ୍ତୁତ କରିବାରେ ଏକ ବିରାଟ ରାକେଟ ଚାଲିଥିବାରୁ କିଛି ବ୍ୟବସାୟୀଙ୍କୁ ସ୍କାନରରେ ରଖାଯାଇଛି।ଆଗାମୀ ଦିନରେ ନକଲି ମଦ ଵ୍ୟବସାୟକୁ ସମ୍ପୂର୍ଣ ବନ୍ଦ କରାଯିବ ବୋଲି କହିଛନ୍ତି ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment