ବିପ୍ଳବ ର ଅଗ୍ନିସ୍ପୁଲିଙ୍ଗ-କମ୍ରେଡ୍ ସନାତନ।

ବୋଲଗଡ଼,୧୯/୦୯(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂମପୁର ଗ୍ରାମର ସ୍ୱର୍ଗତ ସନାତନ ନାୟକ,ଜଣେ ଦକ୍ଷ ଚିକିତ୍ସକ ବିଶିଷ୍ଟ ସମାଜସେବୀ ହିସାବରେ ଯେତିକି ଲୋକ ଜାଣନ୍ତି ତା ଠାରୁ ଅଧିକ ଯାଣନ୍ତି ଖୋର୍ଦ୍ଧା ଜିଲ୍ଲାର ଜଣେ ମାକ୍ସବାଦୀ କମ୍ୟୁନିଷ୍ଟ ନେତା, ଶ୍ରମିକ ନେତା, ଚାଷୀ, ମୂଲିଆ, ଖଟିଖିଆର ଜଣେ ଦୁର୍ଦସ ସଂଗ୍ରାମୀ ଓ ଲଢ଼ୁଆ ନେତା ହିସାବରେ। ଚିକିତ୍ସା କ୍ଷେତ୍ରରେ ସେ ବିଶେଷ ଭାବରେ ଖଙ୍ଗୁରିଆ ପଞ୍ଚାୟତର ଘରେ ଘରେ ସୁପରିଚିତ ଏବଂ ବିଶେଷ କରି ଗରୀବ ଲୋକ ମାନଙ୍କୁ ମାଗଣାରେ ରୋଗୀ ସେବା କରି ଜନମାନସରେ ବିଶେଷ ଆଦୃତ ହୋଇପାରିଥିଲେ। ମହାନ ବିପ୍ଲବୀ କୃଷକନେତା ଓ ପୂର୍ବତନ ବିଧାୟକ ସ୍ୱର୍ଗତ ଗଙ୍ଗାଧର ପାଇକରାୟ ଙ୍କର ବିଶେଷ ଅନୁଗତ ଓ ବିଶ୍ୱାଶୀ ନେତା ଥିଲେ। ସ୍ୱର୍ଗତ ପାଇକରାୟ ଙ୍କର ଐତିହାସିକ ଭାଗଚାଷୀ ଆନ୍ଦୋଳନ ର ସାମ୍ନାଭାଗରେ ଯଉଁକେତେଜଣ ହାତଗଣତି ଛାମୁଆନେତା ଥିଲେ ସେମାନଙ୍କ ମଧ୍ୟରେ ସ୍ୱର୍ଗତ ନାୟକ ହେଉଛନ୍ତି ଅନ୍ୟତମ। କମ୍ୟୁନିଷ୍ଟ ପାର୍ଟି ର ମହାନ ସଂଗ୍ରାମ ରେ ନିଜକୁ ଉତ୍ସର୍ଗ କରି ଭାଗଚାଷୀ ଆନ୍ଦୋଳନ ଦ୍ୱାରା ବାଇଶିଶହ ଏକର ଜମି ଗରୀବ ଓ ଭୁମିହିନ ମଧ୍ୟରେ ବଣ୍ଟନ କରିବାର ଯେଉଁ ଇତିହାସ ଅଛି ସେମାନେ ଙ୍କ ମଧ୍ୟରେ ସ୍ୱର୍ଗତ ସନାତନ ନାୟକ ଥିଲେ ମୂଖ୍ୟ କାଣ୍ଡାରି। ତାଙ୍କ ନେତୃତ୍ୱରେ ବୋଲଗଡ଼ ବ୍ଲକ ରେ ଭୂମିହୀନ ମାନଙ୍କୁ ସଠିକ ନିରୂପଣ କରି ସେମାନଙ୍କ ମଧ୍ୟରେ ଉଦବୁଦ ଜମି ବଣ୍ଟନ କରିବା ର ଦାୟୀତ୍ୱ କମୁନ୍ୟଷ୍ଟି ପାର୍ଟି ଅର୍ପଣ କରିଥିଲା। ସଂପୁର ଗ୍ରାମର ଗଡ଼ଦ୍ୱାର ବନ୍ଧ ନିର୍ମାଣ ଯୋଜନା, ମଣ୍ଡନଗିରିକୁ ରାସ୍ତା ଓ ପର୍ଯ୍ୟଟନ କେନ୍ଦ୍ର କରିବାରେ କାର୍ଯ୍ୟ କ୍ରମ, ବୁଣାକାର ଆନ୍ଦୋଳନ, ସ୍ୱର୍ଣକାର ଆନ୍ଦୋଳନ, ଖଂଜଣା ଛାଡ ଆନ୍ଦୋଳନ,ଭୂମିହୀନକୁ ପଟ୍ଟା ଯୋଗାଣ ଆନ୍ଦୋଳନ,ଆଦିବାସୀ ମାନଙ୍କର ଜଳ,ଜମି,ଜଙ୍ଗଲ ଅଧିକାର ପାଇଁ ଆନ୍ଦୋଳନ ରେ ତାଙ୍କର ଭୂମିକା ଶତ ପ୍ରତିଶତ। ସ୍ୱର୍ଗତ ସନାତନ ନାୟକ ଅମର ରହେ, ଅମର ରହେ ସେଦିନ ପ୍ରତିଧ୍ୱନି କରୁଥିଲା ଶ୍ମଶାନ ଭୂମି ଠାରୁ ଭୁବନେଶ୍ୱର ର ଭଗବତୀ ଭବନ ଯାଏଁ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment