ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।

ମାଲକାନଗିରି,୨୨/୦୯(ପିପିଟି): କୋରାପୁଟ ଏସଓଜି ଓ ଡିଭିଏଫର ଏକ ଦଳ ମାଲକାନଗିରି ଜିଲ୍ଲାର ମୁଦୁଲିପଡା ଥାନା ଓ କୋରାପୁଟ ଜିଲ୍ଲାର ମାଛଖକୁଣ୍ଡ ଥାନା ସୀମାବର୍ତ୍ତୀ ଅଞ୍ଚଳର ହନୁମାଲ, ସିନ୍ଧିପୁଟ, ଓଣ୍ଡାଇପଦର, ଅଣ୍ଡ୍ରାହାଲ, ମୁଦୁଲିପଡା ଆଦି ଗ୍ରାମ ନିକଟରେ ଥିବା ଜଙ୍ଗଲରେ ମାଓ ଉପକରଣ ଖୋଜିଥିଲେ । ଏହି ସମୟରେ ଯବାନ ମାନେ ମାଲକାନଗିରି ଜିଲ୍ଲା ଆଣ୍ଡ୍ରାହାଲ ପଞ୍ଚାୟତର ସିନ୍ଦିପୁଟ ଗାଁ ନିକଟ ଜଙ୍ଗଲ ମାଓବାଦୀଙ୍କ ଦ୍ଵାରା ଗୋପନ ଭାବରେ ରଖା ଯାଇଥିବା ଏକ ପଥର ଗଦାରୁ ମାଓ ସାମଗ୍ରୀଗୁଡିକୁ ଉଦ୍ଧାର କରିଥିଲେ । ଏହି ପଥର ଗଦାରୁ ୭୦ହଜାର ଟଙ୍କା ନଗଦ ଅର୍ଥ ସହ , ୧୭ ମିଟର କଡେକ୍ସ ତାର,୩୧ଟି ଜିଲେଟିନ ଷ୍ଟିକ, ୧୧ଟି ଇଲେଟ୍ରିକ ଡିଟୋନେଟର, ଗୋଟିଏ ଇଲେଟ୍ରିକ ର୍କତାର ବଣ୍ଡଲ, ୨ଟି ଟିଫିନ ବୋମା, ଗୋଟିଏ ପ୍ରେସରକୁକର ବୋମା, ଗୋଟିଏ ଟେଷ୍ଟିଙ୍ଗ ପିନ ଜବତ ହୋଇଥିବା ଜଣା ପଡିଛି । ତେବେ ବର୍ତ୍ତମାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଅନୁସନ୍ଧାନ ଜାରି ରହିଥିବା ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment