ସାନଖେମୁଣ୍ଡି,୦୪/୦୪(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସକୁ ମିଳିଛି ଏକ ବଡ ସଫଳତା । ଏକ ବିଶେଷ ସୂତ୍ରରୁ ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ସଦଳବଳେ ଚଢ଼ାଉ କରି ବିପୁଳ ଭାଙ୍ଗ ଜବତ କରିଛି ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ । ସୂଚନା ଅନୁସାରେ ପାଟପୁର ଥାନା ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ ମାଫିଆଙ୍କ ଚୋରା ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି । ଆଜି ପାଟପୁର ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ତପ୍ତପାଣି ପଞ୍ଚାୟତର କପାବାଡ଼ ଗାଁର ମାରକ ଶବରଙ୍କ ଘରେ ବିପୁଳ ପରିମାଣର ଗଞ୍ଜେଇ ମହଜୁଦ ଅଛି । ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସଚ୍ଚି ମଲ୍ଲ ଥାନା ଷ୍ଟାପଙ୍କୁ ନେଇ ଉକ୍ତ ଘରକୁ ଚଢ଼ାଉ କରି କରିଥିଲେ । ଉକ୍ତ ତଲାସୀ ସମୟରେ ମାରକ ଶବରଙ୍କ ଘରୁ ୧୧ ବସ୍ତା ଭାଙ୍ଗ ଜବତ କରିଥିଲା ପାଟପୁର ପୋଲିସ । ଯାହାର ଓଜନ ୪୧୨.୫୫୦ କିଲୋଗ୍ରାମ । ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଉର୍ଦ୍ଧ୍ବ ହେବ । ଉକ୍ତ ଚଢ଼ାଉ ସମୟରେ ପୋଲିସ ଭାଙ୍ଗ ସହ ମାରକ ଶବରକୁ ଗିରଫକରି ପାଟପୁର କେଶ ନମ୍ବର ୯୮/୨୦୨୨,ୟୁ /ଏସ ୨୦(ବି)(ii)(ସି)ଏନ.ଡି.ପି.ଏସ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଆସ୍କା ଏସ.ଡି.ପିଓ ଉମା ଶଙ୍କର ସିଂ ।
(ରିପୋର୍ଟ- ଆରତ କୁମାର ହୋତା। )