ବିପିଏଚ୍ ରୋଗ ଦ୍ଵାରା ଫସଲ ହାନି, ପ୍ରତିଷେଧକ ପାଇଁ ଦାବି ।

କଳାହାଣ୍ଡି,୦୬/୧୦(ପିପିଟି); କରୋନା ଭଳି ମହାମାରୀ ରୋଗ ସାରା ବିଶ୍ବ କୁ ଦୋହଲାଇ ଦେଇଥିବା ବେଳେ ବର୍ତ୍ତମାନ ବିପିଏଚ ରୋଗ ଚାଷୀଙ୍କୁ ଦାଉ ସାଜିଛି । ଯାହାଫଳlରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି ! ଏପରି ଘଟଣା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚାୟତରେ ଦେଖିବାକୁ ମିଳିଛି ! ପ୍ରକାଶ ଥାଉକି ଫରଙ୍ଗ ପଞ୍ଚାୟତ ର ମହେନ୍ଦ୍ର ଭୋଇ, ବିଭୁତି ଭୋଇ ରଙ୍ଗା ସାବୁତ ପିତାମ୍ବର ସା, ତରୁଣ ପଟେଲ ଓ ଅନ୍ୟାନ୍ୟ ଚାଷୀ ମାନଙ୍କ ଜମିରେ ବିପିଏଚ ରୋଗ ଲାଗିଥିବା ଦେଖାଯାଉଛି । ଚାଷୀ ମାନେ ପଞ୍ଚାୟତ ସ୍ତରରେ ଥିବା ଗ୍ରାମ୍ୟ କୃଷି ଅଧିକାରୀ ଉର୍ମିଳା ନାଗଙ୍କୁ ଫୋନ କଲେ ଫୋନ ଉଠାଉ ନାହାନ୍ତି କି ପଞ୍ଚାୟତ ପରିଦର୍ଶନ କରୁନାହାନ୍ତି ବୋଲି ଫରଙ୍ଗ ପଞ୍ଚାୟତର କୃଷକ ମାନେ କହିଛନ୍ତି । ଯଦି କୃଷି ବିଭାଗ ଅଧିକାରୀ ମାନେ ଉପରୋକ୍ତ ଜମି ଗୁଡିକ ପରିଦର୍ଶନ ନ କରନ୍ତି ଆଗାମୀ ଦିନରେ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟ ଓ ଜିଲ୍ଲା ଉପଖଣ୍ଡ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ଚାଷୀ ଧାରଣା ଦେବୁ ବୋଲି ମିଡ଼ିଆ ସମ୍ମୁଖରେ ଉପସ୍ଥାପନା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ତଦନ୍ତ କରି ପ୍ରତିଷେଧକ ବ୍ୟବସ୍ଥା କରାଇବା ପାଇଁ ସାଧାରଣରେ ଦାବି ହେଉଛି । ସେହି ପରି ଭାବେ କର୍ଲମୁଣ୍ଡ ବ୍ଲକ ଓ ରାମପୁର ବ୍ଲକରେ ମଧ୍ୟ ଏହି ସମାନ ଅବସ୍ଥା ଦେଖି ବାକୁ ମିଳିଛି । (ରିପୋର୍ଟ -ବବୁଲୁ ସାହୁ ।)

Comments (0)
Add Comment