ବିପଦ ସଙ୍କେତ ଠାରୁ ଉର୍ଦ୍ଧ୍ବରେ ଜଳକା ।

ଅମର୍ଦ୍ଦାରୋଡ଼୧୬/୦୯:ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି। ଗତକାଲି ମଧ୍ୟରାତ୍ରୀରେ ନଦୀର ମଥାନୀ ଠାରେ ଜଳସ୍ତର ବିପଦ ସଙ୍କେତ ୬.୫୦ ମିଟର ଅତିକ୍ରମ କରି ୬.୫୮ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬.୬୭ ମିଟରରେ ରହିଥିଲା। ସନ୍ଧ୍ୟା ୬ଟାରେ ପୁଣି ବୃଦ୍ଧି ପାଇ ୬.୭୮ ମିଟରରେ ପ୍ରବାହିତ ହେଉଥିଲା ବେଳେ ରାତି ୯ଟା ସୁଦ୍ଧା ପୁଣି ବୃଦ୍ଧି ପାଇ ୬.୮୧ ମିଟରରେ ଜଳ ପ୍ରବାହାତି ହେଉଛି।ଫଳରେ ବସ୍ତା ଏବଂ ସଦର ବ୍ଲକର ୨୦ରୁ ଉର୍ଦ୍ଧ୍ବ ପଞ୍ଚାୟତ ପ୍ରଭାବିତ ହୋଇଥିବା ସହ ଚାଷଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଇଛି। ବସ୍ତା ବ୍ଲକର ବରୁଣଗଡ଼ିଆ,କୁଣ୍ଡେଇ,ସାହାଡ଼ା, ମଥାନୀ,ବାହାର୍ଦ୍ଦା,ନଟାକଟା ଓ ସଦର ବ୍ଲକର ଆଙ୍କୋ ପଞ୍ଚାୟତ ଅନ୍ତର୍ଗତ ଆଗିରିଆ,ରସଲପୁର ପଞ୍ଚାୟତ ଅନ୍ତର୍ଗତ ଧନାଡ଼ି,ରୂପସା,ଆଦିରେ ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି। ଏହି ଲଘୁଚାପ ଜନିତ ଲଗାଣ ବର୍ଷାରେ ବସ୍ତା ଓ ସଦର ବ୍ଲକ୍ ପାଖା ପାଖି ୧୦ହଜାର ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ସୂଚନା ମିଛିଳି।

Comments (0)
Add Comment