ପୋଲସରା,୩୦/୧୦/୨୦୨୨ : ସ୍ବେଚ୍ଛାସେବୀ ସଂସ୍ଥା ବିପଦର ବନ୍ଧୁ ସଂଗଠନ ପକ୍ଷରୁ ଆଜି ପୋଲସରା ବ୍ଳକର ମାଳ ତେନ୍ତୁଳିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆମ୍ବଖାଲ ଗ୍ରାମର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି। ସଂସ୍ଥାର କର୍ମକର୍ତ୍ତା ଚିନ୍ମୟ ଦଳାଇ ଓ ହିନ ପ୍ରଧାନ ଆମ୍ବଖାଲ ଗ୍ରାମ ର ୨୮ ଜଣ ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପୋଷାକ ଦେବା ସହିତ ମିଠେଇ ବଣ୍ଟନ କରିଥିଲେ। ଏହି ସମୟରେ ଗ୍ରାମର ଗୌରହରି ପୋଲେଇ , ବ୍ରହ୍ମାନନ୍ଦ ରାଉତ , ବଳରାମ ମହାରଣାଙ୍କ ସମେତ ଶିକ୍ଷକ କୃଷ୍ଣ ଶବର ପ୍ରମୁଖ ସହଯୋଗ କରିଥିଲେ। ବିପଦର ବନ୍ଧୁ ସଂଗଠନର ଏହି ମହତ୍ କାର୍ଯ୍ୟକୁ ଅଭିଭାବକ ଓ ଗ୍ରାମବାସୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )