ବିପଦର ବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଶିକ୍ଷକ ପ୍ରସନ୍ନ କୁମାର ନାୟକ ।

କୋଦଳା,୨୪/୦୯(ପିପିଟି): ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ସ୍ଥିତ ଗୋସାଣିନୂଆଗାଁ ଉତ୍ତରେଶ୍ବର ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ବିପଦର ବନ୍ଧୁ” ସଂଗଠନର ଷଷ୍ଠ ସ୍ଵନକ୍ଷତ୍ର ଦିବସ ଓ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ମୁଖ୍ଯବକ୍ତା ଭାବେ ବ୍ରହ୍ମପୁର ଅତିରିକ୍ତ କମିଶନର ବିନୋଦ କୁମାର ବେହେରା,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଚାରପତି ବିନୋଦ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ବିପଦର ବନ୍ଧୁର ଷଷ୍ଠ ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କୁ ବିପଦର ବନ୍ଧୁ ସମ୍ମାନ ୨୦୨୩ ରେ ସମ୍ବର୍ଦ୍ଧିତ କରାଯାଇଛି । ଏହାପୂର୍ବରୁ ଶ୍ରୀ ନାୟକ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ଯ ସମ୍ବଦ୍ଧିର୍ତ ହୋଇଛନ୍ତି । ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ଶିବରାମ ପାତ୍ର, ଗୌରହରି ପୋଲାଇ, ରବିନ୍ କୁମାର ସାହୁ,ପି. କୃଷ୍ଣ ପାତ୍ର, ଚିନ୍ମୟ ଦଳେଇ ସମେତ ବିପଦର ବନ୍ଧୁ ସଂଗଠନର ସମସ୍ତ କର୍ମକର୍ତ୍ତା ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଓ ସ୍ଵେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment