ବିନିକା ୧ନଂ ଜୋନ ବିଜେଡ଼ି ପ୍ରାର୍ଥୀନୀଙ୍କୁ ଜିତାଇବା ପାଇଁ ମନ୍ତ୍ରୀଙ୍କ ମାରାଥନ ପ୍ରଚାର ।

ଉଲୁଣ୍ଡା,୧୪/୦୨(ପିପିଟି): ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ଥିବା ଦୁଇଟି ଯାକ ଜିଲ୍ଲାପରିଷଦ ଆସନକୁ ବିଜେପି ଛଡ଼ାଇ ନେଇଥିଲା । ଏପରିକି ଜୋନ ୧ନଂ ପ୍ରାର୍ଥୀ ସୁଶାନ୍ତ କୁମାର ପଣ୍ଡା ପ୍ରାୟ ୧୩,୮୦୦ ଭୋଟ ବ୍ୟବଧାନରେ ବିଜେଡ଼ିକୁ ପରାସ୍ତ କରିଥିଲେ ।ଏଥର କିନ୍ତୁ ରାଜନୀତି ପାଣିପାଗ ଭିନ୍ନ ରହିଛି ।ଉଭୟ ଜୋନକୁ କଳେବଳେ କୌଶଳେ ବିଜେଡ଼ି ଅକ୍ତିଆର କରିବା ନେଇ ଦଳ ତରଫରୁ ପ୍ରଚାର ଜୋରସୋର ଭାବେ ଚାଲିଛି । ଗତକାଲି ମନ୍ତ୍ରୀ ପଦ୍ମନାଭ ବେହେରା ୨ନଂ ଜୋନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ଆଜି ୧ନଂ ଜୋନ ଜିଲ୍ଲାପରିଷଦ ବିଜେଡ଼ି ପ୍ରାର୍ଥୀନୀ ଅରୁଣା ହରିପାଲଙ୍କୁ ଜିତାଇବା ପାଇଁ ଜୋରଦାର ଭାବେ ପ୍ରଚାର କରିଛନ୍ତି ।ଏହି ଜୋନର ବଲାରଙ୍ଗା, ଚେରୁପାଳୀ,ଅରିଗାଁ, ଆଖିଦାଦର,ବାବୁପାଲି,ପଲସାପାଲି,ବାଗଡ଼ିଆ,ଖଇର ମାଳ, କମିରା, ଅଇଲାମୁଣ୍ଡା,ସିଂହିଜୁବା ପ୍ରଭୃତି ଗ୍ରାମରେ ଦଳୀୟ ପ୍ରାର୍ଥୀନିଙ୍କ ପାଇଁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରଚାର କରି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶଧାରା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।ବିଜେଡ଼ି ପ୍ରାର୍ଥୀନୀ ଅରୁଣା ହରିପାଲଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମରେ ବିନିକା ବ୍ଳକ ସଭାପତି ଦ୍ବାରିକାନାଥ ସାହୁ, ନଗର ସଭାପତି ସୋମନାଥ ମିଶ୍ର, ବ୍ଳକ ସମ୍ପାଦକ ଟଙ୍କଧର ମେଲ୍ଲି, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ପଣ୍ଡା,ପୂର୍ବତନ ଏନଏସି ଉପାଧକ୍ଷା ତପସ୍ଵିନୀ ମେହେର, ଅଦ୍ବେତ ପଣ୍ଡା,ମାନସ ବେହେରା, କୃଷ୍ନଚନ୍ଦ୍ର ପଣ୍ଡା, ହୃଷିକେଶ ପଣ୍ଡା, ହାଡୁ ମେହେର,ପୀତବାସ ମେହେର,ବିଜୟ ବରାଇ,ମହେନ୍ଦ୍ର ସୁନା ପ୍ରମୁଖଙ୍କ ସମେତ ବହୁ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment