ବିନିକା ରେ ରବି ଋତୁ ପାଇଁ ଧାନକିଣା ଆରମ୍ଭ,ପ୍ରଥମ ଦିନରେ ୪ ଚାଷୀଙ୍କ ୧୪୨.୭୨ କ୍ୱିଣ୍ଟାଲ ଧାନ ଉଠିଲା ।

ସୁବର୍ଣ୍ଣପୁର,୧୭/୦୫(ପିପିଟି): ଚଳିତ ରବି ରିତୁ ପାଇଁ ଆଜିଠାରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମାର୍କେଟ ୟାର୍ଡ଼ ଠାରେ ଧାନ କିଣା ପର୍ବ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିନିକା ସେବା ସମବାୟ ସମିତି ପକ୍ଷରୁ ଚାଷୀ ବିଦ୍ୟାଧର ପାଣିଗ୍ରାହୀଙ୍କ ଠାରୁ ୮୪.୯୫ କ୍ୱିଣ୍ଟାଲ ଧାନ କିଣାଯାଇ ଗୋଦାବରୀ ରାଇଏସ୍ ମିଲକୁ ପଠା ଯାଇଥିବା ବେଳେ ସେହିପରି ଜୟ ମା ତୁଳସୀ ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ଚାଷୀ ଶାନ୍ତନୁ କୁମାର ସାହୁଙ୍କଠୁଁ ୧୫.୮ କ୍ୱିଣ୍ଟାଲ ରଘୁନାଥ ବଗର୍ତ୍ତୀଙ୍କ ଠୁଁ ୧୮.୨୫ ଏବଂ ଶ୍ରୀରାମ ବାଘଙ୍କ ଠୁଁ ୨୪.୪୪ କ୍ୱିଣ୍ଟାଲ ଧାନ କିଣାଯାଇ କନ୍ୟକା ରାଇଏସ ମିଲକୁ ପଠାଯାଇଛି । ଏହି ଧାନ କିଣା ପର୍ବକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଶୁଭ ଉଦ୍‌ଘାଟନ କରିଥିଲେ ।ଏହି ଅବସରରେ ଯୋଗାଣ ବିଭାଗ ଅଧିକାରୀ,ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା,ସେବା ସମବାୟ ସମିତି କର୍ମକର୍ତ୍ତା ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଏହି ଉଦ୍‌ଘାଟନ ପର୍ବକୁ କୌଣସି ଚାଷୀ କିମ୍ବା ଚାଷୀ ସଂଗଠନକୁ ଡକାଯାଇନଥିବାରୁ ଲୋକୟିତ ଭାବରେ ଧାନ କିଣାଯାଇଛି ବୋଲି ଅସନ୍ତୋଷ ବୃଦ୍ଧି ପାଉଛି ।ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇନାହିଁ । ପ୍ରକାଶ ଥାଉକି ଗତ ଖରିଫ ଋତୁରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଓ ଭିତ୍ତିଭୂମି ଅଭାବ ଯୋଗୁଁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅଦିନିଆଁ ବର୍ଷାଯୋଗୁଁ ମଧ୍ୟ ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି । ରବିଋତୁରେ ମଧ୍ୟ ଅଦିନିଆଁ ବର୍ଷା ଓ ଝଡ଼ ତୋଫାନର ଅନେକ ସମ୍ଭାବନା ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମବାୟ ବିଭାଗ,ପେକ୍ସ କତୃପକ୍ଷ,ଏସଏଚଜି ମାନଙ୍କୁ ଚଳିତ ରବିଋତୁରେ ଭିତ୍ତିଭୂମି ସଜାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଳେ କୌଣସି ସ୍ଥାନରେ ଭିତ୍ତିଭୂମି ସଜଡାଯାଇ ଲୋକୟିତ ଭାବରେ ଧାନକିଣା ଆରମ୍ଭ କରାଯାଇଛି ।ଯାହାଫଳରେ ଉକ୍ତ ପ୍ରସଙ୍ଗ କାଲେ ଧରାପଡ଼ିଯିବ ଏବଂ ଦୁର୍ନୀତି ଲୋକଲୋଚନକୁ ଆସିଯିବ ସେ ଆଶଙ୍କା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇନଥିବା ସାଧାରଣରେ ଆଲୋଚନା ହେଉଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment