ସୁବର୍ଣ୍ଣପୁର ,୨୬/୦୬(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ସଭାଗୃହ ଠାରେ ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଯୋଗଦେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିଥିଲେ । ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ସରକାରୀ ଯୋଜନା କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସିଇଓ ଅଶ୍ବିନୀ କୁମାର ମେହେର, ବିନିକା ତହସିଲଦାର ସୀତାରାମ ଭୋଇ, ବ୍ଳକ ଉପାଧ୍ୟକ୍ଷ ନିର୍ମଳ ଷାଣ୍ଢ, ପୂର୍ବତନ ବିନିକା ବ୍ଳକ ଅଧ୍ୟକ୍ଷ ଅଶୋକ ନନ୍ଦ, ବିନିକା ଏଇଇ ଦୀପକ କୁମାର ଗଡତିଆ, ଏବିଇଓ ହେମ ସାଗର କାଲସେ, ଏଡ଼ିଇଓ ଜ୍ଞାନ ଚନ୍ଦ୍ର ମହାପାତ୍ର, ସିଡ଼ିପିଓ ଲକ୍ଷ୍ମିପ୍ରୀୟା ମିଶ୍ର, ଏଏଓ ଶୈଲେନ୍ଦ୍ରୀ ମିଶ୍ର, ବିଏସଏସଓ ରତିକା ପ୍ରଧାନ, ଜିପିଡ଼ିଓ ଦିନବନ୍ଧୁ ମଲ୍ଲିକ, ସମେତ ସମସ୍ତ ପିଇଓ, ଜିଆରଏସ, ବ୍ଳକର କର୍ମଚାରୀ ଉପସ୍ତିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାଜପା ର ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ଵମ୍ଭର ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ବିଜୟ ମହାକୁର, ଉପ ସଭାପତି ଅଶୋକ ପୃଷ୍ଟି, ନଗର ସଭାପତି ଉଷତ କର, ବାବୁଲୂ ବିଶି, ବିଶ୍ଵଦେବ ବଡ଼ପଣ୍ଡା, ବାସୁଦେବ ମେଣ୍ଡଲି, ଭୁବନେଶ୍ବର ପାତ୍ର, ସୌମ୍ୟ ରଞ୍ଜନ ନାଏକ, ଜନାର୍ଦ୍ଦନ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ