ବିନା ନାମଫଳକରେ ମେସିନ୍ ଦ୍ୱାରା ପୋଖରୀ ଖନନ, ଲକ୍ଷାଧିକ ଟଙ୍କାର ମାଟି ବିକ୍ରି।

ବୋଲଗଡ଼,୦୮/୦୪(ପିପିଟି),ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅଧିନସ୍ଥ ଧଳାପଥର ପଞ୍ଚାୟତର ଧଳାପଥରଗ୍ରାମର ବାୟାଗୁଡୁୟା ବନ୍ଧଟିର ଖନନ କାର୍ଯ୍ୟ ଗତ ତିନିଚାରି ଦିନ ହେଲା ଚାଲୁରହିଛି। ଏକ ଲମ୍ବା ସରକାରୀ ଛୁଟି ଦିବସ ରେ ସୁଯୋଗ ନେଇ ବିନାଫଳକରେ ଜେସିବି ମେସିନ୍ ଓ ଚାରୋଟି ଟ୍ରାକ୍ଟର ମାଧ୍ୟମରେ ପୋଖରୀ ରୁ ଶହ ଶହ ଟ୍ରିପ ମାଟି ବିକ୍ରି କରି ଖନନ କାର୍ଯ୍ୟ ରେ ଲିପ୍ତ ପଞ୍ଚାୟତ ର କର୍ତ୍ତୃପକ୍ଷ ଲକ୍ଷାଧିକ ଟଙ୍କାର ମୁନାଫା ଉଠାଇଛନ୍ତି। କେଉଁ ଯୋଜନାରେ ଏହି କାର୍ଯ୍ୟ ହେଉଛି ବୋଲି ଜଣାପଡୁ ନଥିଲେ ହେଁ । କାର୍ଯ୍ୟ ଆରମ୍ଭ ପୂର୍ବରୁ ଉକ୍ତ ଜଳାସୟରେ ପାଞ୍ଚ ଫୁଟ ଗଭୀର ର ଜଳ ଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ଵେ ପାଣିକୁ ମହଜୁଦ କରିବା ପରିବର୍ତ୍ତେ ପାଣିକୁ ଉକ୍ତ ପୋଖରୀରୁ ନିଷ୍କାସନ କରି ତରବରିଆ ଭାବରେ ଛୁଟି ଦିନ ମାନଙ୍କରେ ବିଭାଗୀୟ ଯନ୍ତ୍ରୀ ଓ ଅନ୍ୟ ସରକାରି କର୍ମଚାରୀଙ୍କ ଅନୁପସ୍ଥିତରେ ସରକାରୀ ତହବିଲରୁ ଅର୍ଥ ବରବାଦ କରାଯାଇ କାର୍ଯ୍ୟ କରାଯାଉଛି। କାର୍ଯ୍ୟ ର ସିଂହ ଭାଗ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପକେଟକୁ ଯାଉଥିବା ବେଳେ ବିଭାଗୀୟ ବୈଷୟିକ ଅଧିକାରୀ ଏଥିରେ ସହାୟତା କରୁ ଥିବାର ସାଧାରଣରେ ଅଭିଯୋଗ ହେଉଛି ।

ରିପୋର୍ଟ -(ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment