ବିନା କାରଣରେ ସଫେଇ କର୍ମଚାରୀଙ୍କୁ ଛଟେଇ ଓ ବକେୟା ଦରମା ନ ମିଳିବା ଯୋଗୁଁ ଧାରଣା ।

ଗୋପାଳପୁର,୧୮/୧୧(ପିପିଟି): ସ୍ଥାନୀୟ ଏନ.ଏ.ସି.ର ପରିମଳ କାର୍ଯ୍ୟାପାଇଁ ଠିକସଂସ୍ଥା ଦ୍ୱାରା ନିୟୋଜିତ ହୋଇଥିବା ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ ମଧ୍ୟରୁ ବିନାକାରଣ ରେ ତିନିଜଣ କର୍ମଚାରୀଙ୍କୁ ଛଟେଇ ଓ ବକେୟା ଥିବା ଦରମା ପ୍ରଦାନ ଦାବି ପ୍ରତିବାଦ ରେ ଗତକାଲି ସଂଧ୍ୟା ଠାରୁ କର୍ମଚାରୀ ମାନେ ସଫେଇ କାର୍ଯ୍ୟ ବନ୍ଦ କରି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଏ ପର୍ଯ୍ୟନ୍ତ କୌଣସି ଅଧିକାରୀଙ୍କ ଦ୍ୱାରା ଆଲୋଚନା ହୋଇନଥିବା ବେଳେ ଗୋପାଳପୁର ବେଳାଭୂମି ଓ ପୁରା ଗୋପାଳପୁର ସହର ସଫେଇ ନ ହୋଇ ଆବର୍ଜନାରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି,ଯାହାରି ଫଳରେ ପର୍ଯ୍ୟଟକ ମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଟଣା ଅନୁଯାୟୀ ପୂର୍ବରୁ ଠିକା ସଂସ୍ଥା ଅଭିରାମ କେୟାରଟେକିଙ୍ଗ ସର୍ଭିସେସ ଓ ବର୍ତ୍ତମାନ ଗ୍ରୀନ ସର୍କିଲ ଭୁବନେଶ୍ୱର ସଂସ୍ଥା ଅଧୀନରେ ୮୧ ଜଣ ପରିମଳ କର୍ମଚାରୀ ନିୟୋଜିତ ଅଛନ୍ତି କିନ୍ତୁ ସମ୍ପୃକ୍ତ ଏନ୍.ଏ.ସି.ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିଠି ସଂଖ୍ୟା- 2656/26.10.23 ଅନୁଯାୟୀ ପାଣ୍ଠି ର ଅଭାବ ଆଳ ଦେଖାଇ କର୍ମଚାରୀଙ୍କୁ ଛଟେଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାରୀ ଫଳ ରେ ସଂସ୍ଥାର ସୁପରଭାଇଜର ପ୍ରଥମ ପର୍ଯ୍ୟାୟ ରେ ତିନିଜଣ କର୍ମଚାରୀଙ୍କୁ ଛଟେଇ କରିଛନ୍ତି ଏହାକୁ ନେଇ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ହେବା ସହ କାର୍ଯ୍ୟବନ୍ଦ କରି ପୁନଃ ନିଯୁକ୍ତି ଦାବୀ କରିଛନ୍ତି । ଏଥିସହିତ ବହୁଦିନ ହେବ ଦାବୀ ହୋଇ ଆସୁଥିବା ବକେୟା ଦରମା ପ୍ରଦାନ, ଗରିମା ଯୋଜନା ରେ କୁଶଳୀ,ଅର୍ଦ୍ଧକୁଶଳୀ ହାର ରେ ଦରମା ବୃଦ୍ଧି କରିବା, ବକେୟା ଥିବା ଝାଡୁ ଓ ଅନ୍ୟାନ୍ୟ ସଫେଇ ସାରଞ୍ଜାମ କ୍ରୟ ବାବଦ ଟଙ୍କା ତୁରନ୍ତ ପୈଠ ଆଦି ପାଞ୍ଚ ଦଫା ଦାବୀ ଉପସ୍ଥାପନ କରିଛନ୍ତି । ଯଦି ଦୁଇଦିନ ଭିତରେ ଦାବୀ ପୂରଣ ନ ହୁଏ ତେବେ ସଙ୍ଘ ତରଫରୁ ଜିଲ୍ଲାସାରା ସଫେଇ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି I ଉକ୍ତ କାର୍ଯ୍ୟକ୍ରମରେ ଶ୍ରମିକ ନେତା ତଥା ସର୍ବଭାରତୀୟ ଶ୍ରମିକ ସଂଗଠନ ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ଓଡିଶା ଆଉଟସୋର୍ସିଙ୍ଗ ପୌର କର୍ମଚାରୀ ସଙ୍ଘ ଜିଲ୍ଲା ସଭାପତି ପ୍ରଶାନ୍ତ ପରିଛା,ସମ୍ପାଦକ ଉତ୍ତମ ନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ, ସ୍ଥାନୀୟ ସଙ୍ଘ ର ସଭାପତି ଟୁନା ରଥ,ରାହୁଲ ନାୟକ,ରୋହନ ଦାସ,ରୋହିତ ଦାସ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Comments (0)
Add Comment