ବିଧାୟିକା ଲତିକା ପ୍ରଧାନ ଓ ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ବାବା ଦଣ୍ଡିଶ୍ୱରଙ୍କ ଆଶୀର୍ବାଦ ନେଲେ ।

କୋଦଳା,୨୮/୦୩(ପିପିଟି):ବୁଧବାର ରାଜ୍ୟର ବିଭିନ୍ନ ବିଧାନ ସଭା ନିର୍ବାଚନ ମଣ୍ଡଳୀ ସହିତ ଲୋକସଭା କ୍ଷେତ୍ର ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମଧ୍ୟରେ କବିସୂର୍ଯ୍ୟନଗର ବିଧାନସଭା ନିମନ୍ତେ ଲଗାତାର ଦ୍ବିତିୟ ଥର ପାଇଁ ମୁଖ୍ୟମନ୍ତ୍ରୀ ବିଶ୍ୱାସ ପ୍ରକଟ କରି ପୁଣିଥରେ ଲତିକା ପ୍ରଧାନଙ୍କୁ ବିଧାୟକ ଭାବେ ଚୟନ କରିଥିବା ବେଳେ,ଆସ୍କା ସାଂସଦ ନିମନ୍ତେ ନବାଗତା ରଞ୍ଜିତା ସାହୁଙ୍କୁ ମନୋନୀତ କରିଛନ୍ତି । ଏହି ଖବର ପାଇବା ପରେ ଉଭୟ ମନୋନୀତ ପ୍ରାର୍ଥୀ ଙ୍କ ସମର୍ଥକ ବାଣ ଫୁଟାଇ ଖୁସି ମନାଇଥିଲେ । ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ ନିଜର ସମର୍ଥକଙ୍କ ଗହଣ ରେ କୋଦଳାର ଆରାଧ୍ୟ ଦେବତା ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ନିକଟରେ ପହଞ୍ଚି ପୂଜାର୍ଚନା କରିବା ସହିତ ଉତ୍ସାହି ଜନସାଧାରଣଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏକ ବିରାଟ ପଟୁଆର ରେ ଗ୍ରାମ ପରିକ୍ରମା କରାଯାଇଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ସମୟରେ ବିଧାୟିକା ତଥା ଦ୍ଵିତୀୟବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ମନୋନୀତ ହୋଇଥିବା ଲତିକା ପ୍ରଧାନ ଜନସାଧାରଣଙ୍କ ଗହଣ ରେ ବାବା ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ରେ ପହଞ୍ଚି ପୂଜାର୍ଚ୍ଚନା ସହିତ ଆଶୀର୍ବାଦ ଭିକ୍ଷା କରିବା ସହିତ ଅଞ୍ଚଳ ଜନସାଧାରଣଙ୍କ ଠାରୁ ଆଶୀର୍ବାଦ ଭିକ୍ଷ୍ୟା କରିଥିଲେ ତତ ସହିତ ତାଙ୍କର ଲୋକମାନଙ୍କ ପାଇଁ କରିଥିବା ବିକାଶ ମୂଳକ କାର୍ଯ୍ୟକୁ ଗ୍ରହଣ କରି ଦ୍ଵିତୀୟ ଥର ଆସ୍ଥା ପ୍ରକଟ କରି ଲୋକ ମାନଙ୍କୁ ସେବା ଯୋଗାଇଦେବା ପାଇଁ ପୁଣି ଥରେ ବିଧାୟିକା ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ,ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ଜିଲ୍ଲା ବିଜେଡି ସଭାପତି ଡଃ ରମେଶ ଚନ୍ଦ୍ର ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ମନ୍ଦିର ରୁ ଫେରିବା ପରେ ଘଣ୍ଟ ଘଣ୍ଟି ଓ ବାଣ ଫୁଟାଇ ଏକ ବିରାଟ ପଟୁଆର ରେ ନିଜର ସମର୍ଥକଙ୍କ ଅନୁରୋଧ କ୍ରମେ କୋଦଳା ପରିଭ୍ରମଣ କରିବା ସହିତ ପ୍ରତ୍ୟକ ମନ୍ଦିର ରେ ପୂଜାର୍ଚ୍ଚନା କରି ଜନସାଧାରଣଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଆଗାମୀ ଦିନରେ ସମସ୍ତ ଜନସାଧାରଣ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିପୁଳ ଭୋଟରେ ଜିତାଇବା ପାଇଁ ଅଞ୍ଚଳ ବାସୀଙ୍କୁ ଅନୁରୋଧ କରିଥିଲେ । ପ୍ରିୟ ବିଧାୟିକା ଲତିକା ପ୍ରଧାନଙ୍କୁ ଦ୍ଵିତୀୟ ଥର ପାଇଁ ବିଧାୟିକା ଏବଂ କୋଦଳା ଅଞ୍ଚଳର ଜଣେ ଝିଅକୁ ସାଂସଦ ଭାବେ ମନୋନୀତ କରିଥିବାରୁ ଜନସାଧାରଣଙ୍କ ଥରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)

Comments (0)
Add Comment