ବିଧାୟିକାଙ୍କ ମହାନତା,ମୁମୂର୍ଷ ଅବସ୍ଥାରେ ଝିଅକୁ ମେଡିକାଲ ପହଞ୍ଚାଇଲେ ବିଧାୟିକା ।

କୋଦଳା,୦୧/୦୯(ପିପିଟି):ଆଜି ସକାଳୁ ସକାଳୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୌଣସି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟରେ ନିଜ ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ଗସ୍ତରେ ଯାଉଥିବା ବେଳେ ବେଗୁନିଆପଡା ପେଟ୍ରୋଲ ପମ୍ପ ନିକଟରେ ମୁମୂର୍ଷ ଅବସ୍ଥାରେ ଗୋଟିଏ ଛୋଟ ସ୍କୁଲ ଛାତ୍ରୀ ପଡ଼ିଥିବା ଦେଖି ତତକ୍ଷଣାତ ନିଜ ଗାଡି ଅଟକାଇ ଉକ୍ତ ଛାତ୍ରୀ ନିକଟକୁ ଯାଇ କୌଣସି ସମୟ ନଷ୍ଟ ନକରି ଅନ୍ୟ କୌଣସି ଗାଡିକୁ ମଧ୍ୟ ଅପେକ୍ଷା ନକରି ନିଜ ଗାଡ଼ିରେ ଅଚେତ ଛାତ୍ରୀକୁ ବସାଇ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବା ପରେ ଅପେକ୍ଷାରେ ଥିବା ଡାକ୍ତର ଛାତ୍ରୀର ଚିକିତ୍ସା ଆରମ୍ଭ କରି ଛାତ୍ରୀଟିକୁ ହୋସକୁ ଆଣିଥିବା ଜଣାପଡ଼ିଛି । ଛାତ୍ରୀର ଉତ୍ତମ ଚିକିତ୍ସା କରିବା ପାଇଁ ବିଧାୟିକା ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment