ବିଧାୟିକାଙ୍କ ଦ୍ୱାରା ମାସ୍କ ବଣ୍ଟନ ।

କୋଦଳା,୨୫/୦୫(ପିପିଟି); ସାରା ଦେଶରେ କରୋନା ର ଦ୍ଵିତୀୟ ଲହର ସୃଷ୍ଟି କରିଛି ଏକ ଭୟଙ୍କର ପରିସ୍ଥିତି । ଗତ ବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଏହି ମହାମାରୀ କିଛିଦିନ ପାଇଁ ନିରବୀ ଯାଇଥିବା ବେଳେ ପୁଣି ଏହାର କା୍ୟା ବିସ୍ତାର ହୋଇଛି । ତାହାପୁଣି ଭୟଙ୍କର ରୂପରେ । ବର୍ତ୍ତମାନ ସୁଦ୍ଧା କରୋନା ମହାମାରୀ ବିରୁଦ୍ଧରେ ଓଡିଶା ସଫଳ ସଂଗ୍ରାମ ଜାରି ରଖିଛି । କରୋନାର ଏହି ଦ୍ୱତୀୟ ଲହରୀ ସାରା ଦେଶ ସମେତ ଓଡିଶାରେ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ମୁତାବକ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବେଗୁନିଆପଡା ବସ ଷ୍ଟାଣ୍ଡ ଠାରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଜି ମାସ୍କ ବଣ୍ଟନ କରିବା ସହ ଜନ ସାଧାରଣଙ୍କୁ କରୋନା ସଚେତନତା କରିଛନ୍ତି । ସମସ୍ତେ ଟୀକା ନେବା ପାଇଁ ବିଧାୟିକା ଅନୁରୋଧ କରିବା ସହ ମାସ୍କ ପିନ୍ଧିବା ସାମାଜିକ ଦୂରତା ଅବଲମ୍ବନ କରିବା ଓ ହାତ ଧୋଇବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି । ବେଗୁନିଆପଡା ବଜାର ମଧ୍ୟରେ ନିଜେ ବିଧାୟିକା ବିଜେଡିର କର୍ମୀମାନଙ୍କ ସହିତ ବୁଲି ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ ସଚେତନ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment