କୋଦଳା,୨୫/୦୯(ପିପିଟି);ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଜି ଦିନିକିଆ ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ବିଧାୟିକା ପ୍ରଥମେ କେ. ବରିଡ଼ା ପଞ୍ଚାୟତର ବିରିବାଟିଆ ଠାରେ ବିଧାୟିକା ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ କଲ୍ଯାଣ ମଣ୍ଡପର ଲୋକାର୍ପଣ,୬ଲକ୍ଷ ୫୦ ହଜାର ଟଙ୍କାରେ ନିର୍ମିତ କେ .ବରିଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଗୃହ ଓ ୨ ଲକ୍ଷ ଟଙ୍କାରେ ନିର୍ମିତ ନୁଆଁସାହି ଗୋଷ୍ଠୀ ସାଧନ କେନ୍ଦ୍ରର ଶୁଭ ଉଦ୍ଘାଟନ କରିଛନ୍ତି ବିଧାୟିକା। ଏହା ପରେ ଖଣ୍ଡିଆନଈ ପଞ୍ଚାୟତର କେ. ମର୍ଦ୍ଦରାଜପୁରରେ କୃଷି ବିଭାଗର ଅନୁଦାନ ଦ୍ବାରା ୭ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟରେ ନିର୍ମିତ କଂକ୍ରିଟ ଧାନ ଖଳା ଉଦଘାଟନ କରିଥିଲେ । ବେଗୁନିଆପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆମ ଗାଁ ଆମ ବିକାଶ ଯୋଜନାରେ ୫ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ପାଠାଗାର ଓ ସୂଚନା କେନ୍ଦ୍ର ଉଦଘାଟନ କରିବା ସହ ସିଜି ଏଫ୍ ,ଏସ୍ ପି ଏଫ୍ , ବିଧାୟିକା ପାଣ୍ଠି ଯୋଜନାରେ ବେଗୁନିଆପଡ଼ା କାଣ୍ଟା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୧ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ଏହା ପରେ ଏସ୍. ଛଚିନା ପଞ୍ଚାୟତର ଏସ୍ .ଛଚିନା ଠାରେ ଚତୁର୍ଥ ଅର୍ଥ କମିଶନ ଯୋଜନାରେ ୫ଲକ୍ଷ ୫୦ ହଜାର ଟଙ୍କାରେ ନିର୍ମିତ ଯାତ୍ରୀ ବିଶ୍ରାମଗାର, ଆମ ଗାଁ ଆମ ବିକାଶ ଯୋଜନାରେ ୫ଲକ୍ଷ ଟଙ୍କାରେ ନିର୍ମିତ ବନଦୁର୍ଗା ସାହିରେ ଗୋଷ୍ଠୀ ସାଧନ କେନ୍ଦ୍ର, ୫ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ଶ୍ରୀ ମା ଶ୍ରୀ ଅରବିନ୍ଦ ପାଠାଗାର ଏବଂ ସୂଚନା କେନ୍ଦ୍ର,୪ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ରାଧାକୃଷ୍ଣ ସାହି ଠାରେ ଗୋଷ୍ଠୀ ସାଧନ କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ । ଏହାପରେ ସୁମଣ୍ଡଳ ଠାରେ ୫ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ପାଠାଗାର ଓ ସୂଚନା କେନ୍ଦ୍ର, ୭ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର, ଶାଙ୍କୁଡ଼ା ଠାରେ ୪ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ମହାପ୍ରୟାଣ ଶବ ସତ୍କାର ସ୍ଥଳ, ୩ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ଅଙ୍ଗାରଗାଁ ଯାତ୍ରୀ ବିଶ୍ରାମଗାର, ୨ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ପଞ୍ଚାୟତ ଫାଟକ, ୭ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟରେ ଧାନଖଳା, ୨ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟରେ ନିର୍ମିତ ଅଗ୍ନି ପୂଜା ମଣ୍ଡପ,୫ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ କଲଭର୍ଟର ଶୁଭ ଉଦଘାଟନ କରିଥିଲେ ବିଧାୟିକା। ବିଧାୟିକାଙ୍କ ଏହି ୧୯ ଗୋଟି ମାରାଥନ ଉଦ୍ଘାଟନ କାର୍ଯ୍ୟକ୍ରମ ସମୟରେ ବ୍ଲକ ଅଧ୍ୟକ୍ଷା କେ .ରାଜଲକ୍ଷ୍ମୀ ଦୋରା, ବ୍ଲକ୍ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ଗୀତାଞ୍ଜଳି ଭୂୟାଁ, ମନୋଜ କୁମାର ପାଣ୍ଡି,ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, ପୂର୍ବତନ ବ୍ଲକ୍ ଅଧକ୍ଷ ଦେବରାଜ ସାହୁ, ପୂର୍ବତନ ସରପଞ୍ଚ ଦେବରାଜ ସ୍ଵାଇଁ, ସରପଞ୍ଚ ସରୋଜ କୁମାର ସାହୁ, ଚିତ୍ରସେନ ନାୟକ, ବିନୋଦିନୀ ନାୟକ, ବସନ୍ତ କୁମାର ବାରିକ, ସନ୍ତୋଷ କୁମାର ସାହୁ, ବସନ୍ତ କୁମାର ଭୂୟାଁ, ଗୁରୁବାରି ବିଶ୍ଵାଳ, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ଅଭିମନ୍ୟୁ ଭୂୟାଁ, ଗୋପବନ୍ଧୁ ସାହୁ, ଆଇନଜୀବୀ ସନ୍ତୋଷ କୁମାର ଜେନା, ସନ୍ତୋଷ କୁମାର ନାୟକ, ବିଜୁ ଯୁବ ବାହିନୀ ସଭାପତି ବିଭୂତି ପ୍ରଧାନ, ପ୍ରତାପ କୁମାର ସ୍ଵାଇଁ, ସନ୍ତୋଷ କୁମାର ବରାଡ, କାଳୁ ବିଶୋୟୀ, ସହକାରୀ ଯନ୍ତ୍ରୀ, ପ୍ରଦୀପ କୁମାର ପରିଡା, କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ଜଗନ୍ନାଥ ଗୌଡ, ପି ଇଓ ସୁଦୂରୁ ସାହୁ, ଜି.ଆର୍.ଏସ୍ ସୀତାରାମ ପଟ୍ଟନାୟକଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପ୍ରମୂଖ ଉପସ୍ଥିତ ଥିଲେ ।