ବିଧାୟକ ଓ ସାଂସଦଙ୍କ ଦ୍ୱାରା ଆମ୍ବପୁଆ ପଂଚାୟତର ବହୁ ପ୍ରକଳ୍ପ ଉଦ୍‌ଘାଟିତ

ବେଲଗୁଣ୍ଠା,୧୭/୦୬, ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଆମ୍ବପୁଆ ପଂଚାୟତରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ଦୁଇଟି ବୃହତ ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ଆମ ଗାଆଁ ଆମ ବିକାଶ ଆନୂକୂଲ୍ଯରେ ନିର୍ମାଣ ହୋଇଥିବା ୧୧ ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ । ସକାଳ ୧୧ ଘଣ୍ଟା ସମୟରେ ଚଢିଆପଲ୍ଳୀ ଠାରେ ସାଂସଦ ଶ୍ରୀମତୀ ବିଷୋୟୀ ଓ ବିଧାୟକ ଶ୍ରୀ ସ୍ୱାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ପଥରାପଲ୍ଲୀ ଠାରେ ଆମ ଗାଆଁ ଆମ ବିକାଶରେ ନିର୍ମିତ ଗୋଷ୍ଠୀ କେନ୍ଦ୍ର, ସେହିପରି ଆମ୍ବପୁଆ ଛକ ଠାରେ ଏ଼କ ଯାତ୍ରୀ ବିଶ୍ରାମ ଗୃହ, ଏକ ମାର୍କେଟ୍ କମ୍ପ୍ଲେକ୍ସ୍, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ମିଶନ୍ ଶକ୍ତି ଗୃହ, ଗୋଷ୍ଠୀ କେନ୍ଦ୍ର ଓ ଅଙ୍ଗନୱାଡ଼ି ଗୃହକୁ ଉଦ୍ଘାଟନ କରିଥିଲେ । ବଜ୍ରଗଡ ଠାରେ ଗ୍ରାମ କୋଠଘର, ଟିକରପଡ଼ା ଠାରେ ପାଠାଗାର ଗୃହ, ବୋରି ପଦର ଠାରେ ଶାକମ୍ବରୀ ଗୋଷ୍ଠୀ କେନ୍ଦ୍ର,ଅଙ୍ଗନୱାଡି ଗୃହ ଏବଂ ଭାଲିଆ ପଲ୍ଲୀରେ ଗ୍ରାମ୍ୟ କୋଠାକୁ ଉଦ୍‌ଘାଟନ କରିଥିଲେ । ବେଲଗୁଣ୍ଠା ବିଡ଼ିଓ ଶଶି ଭୂଷଣ ମହାପାତ୍ରଙ୍କ ଅନୁରୋଧ କ୍ରମେ ସାଂସଦ ଓ ବିଧାୟକ ବିଭିନ୍ନ ଚାଷ ଜମି ହିଡରେ ନଡିଆ ଗଛ ଲଗାଇଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ରୂପେ ସାଂସଦ ଶ୍ରୀମତୀ ବିଷୋୟୀ, ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ସ୍ୱାଇଁ, ସ୍ଵତନ୍ତ୍ର ଅତିଥି ଭାବେ ବିଡ଼ିଓ ଶଶି ଭୂଷଣ ମହାପାତ୍ର, ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ଼, ପୂର୍ବତନ ସରପଞ୍ଚ ରାମେଶ୍ୱର ଗୌଡ଼, ସରପଞ୍ଚ ପ୍ରତିନିଧି ତ୍ରିନାଥ ଗୋଛାୟତ, ବେଣୀପଲ୍ଲୀ ସମିତି ସଭ୍ୟ ଦୁର୍ଗା ମାଧବ ନାୟକ, ରଙ୍କନିଧି ପରିଛା, ୪୭ ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅମିତ୍ କୁମାର ନାୟକ, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, ଉପନଗରପାଳ ପ୍ରଶାନ୍ତ କୁମାର ସାହୁ , ପୂର୍ବତନ ସରପଞ୍ଚ ବିଦ୍ୟାଧର ବିଷୋୟୀ, ଯୁବ ସଂଗଠକ ଜ୍ୟୋତି ନାୟକ,ପୃର୍ବତନ ସମିତିସଭ୍ୟ ଵିଦ୍ୟାଧର ବିଶୋଇ ଓ ରାଜକୁମାର ବିଶୋଇ,ଯୁବ ସଂଘଠକ ମାଧବ ଚନ୍ଦ୍ର ଆପଟ ପ୍ରମୂଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆମ୍ବପୁଆ ସରପଞ୍ଚ ପରିଚାଳନା କରିଥିଲେ । ଉପସ୍ଥିତ ଜନତାଙ୍କୁ ବିଧାୟକ ଓ ସାଂସଦ ମାକ୍ପ ବଣ୍ଟନ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment