ବିଧାୟକ ଆକାଶଙ୍କୁ ମଟରସାଇକେଲ ଶୋଭାଯାତ୍ରାରେ ପାଛୋଟି ନେଲେ ଉଦ୍ଘାଟନ ସ୍ଥଳୀକୁ।

କୋରେଇ, ୨୯/୦୪(ପିପିଟି ): ଆଜି କୋରେଇ ବ୍ଲକ୍ ଅନ୍ତର୍ଗତ ବନ୍ଦାଳ ଗ୍ରାମପଂଚାୟତରେ ୨ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ଏବଂ ୩ ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ କୋରେଇର ମାନ୍ୟବର ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଆକାଶ ଦାସନାୟକ । ଆଜି ଦିବା ୪ ଘଟିକା ସମୟରେ ମାନ୍ୟବର ବିଧାୟକ ଶ୍ରୀ ଦାସନାୟକଙ୍କୁ କର୍ମୀମାନେ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ଗମ୍ଭାରିଆ ଠାରୁ ଦୁଲାଖାପାଟଣା ମେଲଣ ପଡିଆ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ପ୍ରଥମେ ମାନ୍ୟବର ବିଧାୟକ ମକୁନ୍ଦପୁର ଠାରୁ ରେଲୱେ ଲାଇନ୍ ପର୍ଯ୍ୟନ୍ତ ବୈତରଣୀ ନଦୀ ଡାହାଣ ପାଶ୍ୱର୍ ନଦୀବନ୍ଧର ସୁଦୃଢୀକରଣ ନିମନ୍ତେ ଶିଳାନ୍ୟାସ କରିଥିଲେ । ଓଡିଶା ସରକାରଙ୍କର ଜଳସଂପଦ ବିଭାଗ ଏହି ପ୍ରକଳ୍ପ ପାଇଁ ୬ କୋଟି ୪୫ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ସେହିଠାରେ ମକୁନ୍ଦପୁର ଠାରୁ ଗମ୍ଭାରିଆ ଗ୍ରାମ୍ୟ ଉନ୍ନୟନ ରାସ୍ତାର ପ୍ରଶସ୍ତିକରଣ ଏବଂ ଉନ୍ନତିକରଣ ନିମନ୍ତେ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ପ୍ରକଳ୍ପ ପାଇଁ ୭ କୋଟି ଟଙ୍କା ମଂଜୁର କରିଛନ୍ତି । ତା’ପରେ ଦୁଲାଖାପାଟଣା ପି.ଏଚ୍‌.ସି.ର ନୂତନ ଗୃହର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ପରିମାଣ ୧ କୋଟି ୩ ଲକ୍ଷ ଟଙ୍କା । ସେହିଠାରେ ଦୁଲାଖାପାଟଣା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ପରିମାଣ ୩୨ ଲକ୍ଷ ଟଙ୍କା । ତା’ପରେ ଦୁଲାଖାପାଟଣା ମେଲଣ ପଡିଆ ଠାରେ ବିଧାୟକଙ୍କ ହାତପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟରେ ଏକ ମଂଚ ନିର୍ମାଣ କରାଯାଇଥିଲା । ସେହି ମଂଚକୁ ମାନ୍ୟବର ବିଧାୟକ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ପ୍ରକଳ୍ପ ଗୁଡିକ ନିର୍ମାଣ ହେଉଥିବା ଜାଣି ଆଜି ବନ୍ଦାଳ ଗ୍ରାମପଂଚାୟତବାସୀ ବହୁତ ଖୁସି ପ୍ରକଟ କରିଛନ୍ତି । ଆଜି କୋରେଇ ନିର୍ବାଚନ ମଣ୍ଡଳୀର ପ୍ରଗତି ଆଉ ଏକ ପାଦ ଆଗକୁ ଯାଇଅଛି । ବନ୍ଦାଳ ଗ୍ରାମପଂଚାୟତର ଗମନାଗମନ, ସ୍ୱାସ୍ଥ୍ୟ, ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡି ହୋଇ ପ୍ରଗତିର ନୂଆ ଅଧ୍ୟାୟ ଦେଖିଲା କୋରେଇ । ଆଗାମୀ ଦିନରେ ବନ୍ଦାଳ ଗ୍ରାମପଂଚାୟତରେ ଏକ କଲ୍ୟାଣ ମଣ୍ଡପ ଏବଂ ମା’ ହିଙ୍ଗୁଳା ଷ୍ଟାଡିୟମର ଉନ୍ନତିକରଣ ନିମନ୍ତେ ଅର୍ଥ ମଂଜୁର କରାଯାଇଛି । ଖୁବ୍ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ଦାସନାୟକ କହିଥିଲେ । ବନ୍ଦାଳ ଗ୍ରାମପଂଚାୟତର ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ବନ୍ୟା ନିୟନ୍ତ୍ରଣ, କ୍ରୀଡା କ୍ଷେତ୍ରରେ ବିଭିନ୍ନ ପ୍ରକାର ପ୍ରକଳ୍ପ ନିର୍ମାଣ କରି ବନ୍ଦାଳ ଗ୍ରାମପଂଚାୟତକୁ ଏକ ସୁନ୍ଦର ପଂଚାୟତରେ ଗଢି ତୋଳିବା ପାଇଁ ପ୍ରତିଶୃତି ଦେଇଥିଲେ ମାନ୍ୟବର ବିଧାୟକ ଶ୍ରୀ ଦାସନାୟକ । ସେହି ପରିପ୍ରେକ୍ଷୀରେ କହିଥିଲେ ଯାଜପୁର ଜିଲ୍ଲା ବନ୍ଦାଳ ଠାରୁ ଭଦ୍ରକ ଜିଲ୍ଲା ବନ୍ଦାଳକୁ ଅସଂପୂର୍ଣ୍ଣ ଥିବା ବ୍ରିଜଟି ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ । ଏହି ଶିଳାନ୍ୟାସ ଓ ଶୁଭ ଉଦ୍‌ଘାଟନ ଉତ୍ସବରେ ଜଳସଂପଦ ବିଭାଗର ଉଚ୍ଚପଦାଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ପଦାଧିକାରୀ, ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀପ୍ରଭା ଜେନା, ବନ୍ଦାଳ ଗ୍ରାମପଂଚାୟତ ସରପଂଚ ବିଷ୍ଣୁ ଚରଣ ରଥ, ନାଏବ ସରପଂଚ ମନୋରମା ସାହୁ, ବନ୍ଦାଳ ପୂର୍ବତନ ସରପଂଚ ରାଜେନ୍ଦ୍ର ମହାରଣା, ବନ୍ଦାଳ ଗ୍ରାମପଂଚାୟତର ଶିକ୍ଷାବିତ୍ ବିଜୟ କୁମାର ପଣ୍ଡା, ବନ୍ଦାଳ ପଂଚାୟତ ବିଜେପି ସଭାପତି ବଳରାମ ରଥ, ବନ୍ଦାଳ ପଂଚାୟତ ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ଜଗବନ୍ଧୁ ଜେନା, ଅଲେଖ କୁମାର କୁଣ୍ଡୁ, ଗୟାଧର ସେଠୀ, ନିରାକାର ସାହୁ, ହିମାଂଶୁ ପାଢୀ, ବୀରକିଶୋର ଦାସ, ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ କୁମାର ଧଳ, ବୈତରଣୀ ମଣ୍ଡଳ ସଭାପତି ଆଲୋକ କୁମାର ମଲ୍ଲିକ, ତୁଳତୀ ପୂର୍ବତନ ସରପଂଚ ଦୀପ୍ତିମୟୀ କୁଅଁର, ବରୁଣ୍ଡେଇ ସରପଂଚ ଲିପ୍ସା ପରିଡା, କନ୍ତୋର ପୂର୍ବତନ ସମିତି ସଭ୍ୟ ଅଶୋକ କୁମାର ବାରିକ, ବିଧାୟକ ପ୍ରତିନିଧି ଧନେଶ୍ୱର ବାରିକ, ଉଦୟ ପରିଡା, ମହେନ୍ଦ୍ର ସେନାପତି, ପ୍ରତାପ ସାହୁ, ପ୍ରଫୁଲ୍ଲ ମାଝୀ, ଲଷ୍ମୀଧର କରଣ, ଅଭୟ ଜେନା, ପ୍ରତାପ ସାହୁ, ବନ୍ଦାଳ ଗ୍ରାମପଂଚାୟତ ମହାସଂଘ ସଭାପତି ଗୀତାଞ୍ଜଳୀ ବିଶ୍ୱାଳ, ସଂଜୀବ ନାୟକ, ବିଦ୍ୟାଧର ସାହୁ, ମୂଳାପାଳ ଗ୍ରାମପଂଚାୟତ ନାଏବ ସରପଂଚ ଅଶୋକ ନାୟକ, ଜଗନ୍ନାଥ ସାହୁ, ନେପାଳ ପୁରୀ, ଗଣେଶ କବି, ପ୍ରଫୁଲ୍ଲ ଦାସ, ଗଦାଧର ସେନାପତି ପ୍ରମୁଖ କର୍ମକର୍ତା ଯୋଗଦେଇଥିଲେ ।

Comments (0)
Add Comment