ବିଧାୟକ ଅତୁନୁ ସବ୍ଯସାଚୀ ନାୟକଙ୍କ ଆଶୁ ଆରୋଗ୍ଯ କାମନା କରି ସମୂହ ଦୀପଦାନ କାର୍ଯ୍ୟକ୍ରମ ।

ତିର୍ତ୍ତୋଲ,ତା-୦୯/୧୦(ପିପିଟି ନ୍ଯୁଜ୍), ବିଧାନସଭା ତରଫରୁ ହୋଇଥିବା କୋଭିଡ୍ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଗତକାଲି ନିଜ ଟ୍ଵିଟର ଆକାଉଣ୍ଟ୍ ରେ ସୂଚନା ଦେବାସହ ନିଜ ସ୍ଵାସ୍ଥ୍ୟବସ୍ଥା ନେଇ ବିବ୍ରତ ନ ହେଵାକୁ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ କରିଥିଲେ । ତଥାପି ତିର୍ତ୍ତୋଲ ବିଜୁ ଜନତା ଦଳ ତରଫରୁ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଝଙ୍କଡ଼ ପୀଠ ମା ଶାରଳାଙ୍କ ପାଖରେ ସମୂହ ଦୀପଦାନ କାର୍ଯ୍ୟକ୍ରମ ମନ୍ଦିର ସମ୍ମୁଖସ୍ଥ ମଣ୍ଡପରେ ଆୟୋଜନ କରାଯାଇଛି । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment