ଭଞ୍ଜନଗର, ୦୧/୦୭(ପିପିଟି):ରୋଗୀଙ୍କ ସେବାରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆଜି ମିଶନ୍ ଶକ୍ତି କାଫେ ଉଦଘାଟିତ ହୋଇଯାଇଛି।ଏଥିରେ ଉଦଘାଟକ ତଥା ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ମେଡ଼ିକାଲ ଅଧିକ୍ଷକ ଡ଼ା ସିତାଂଶୁ ଶେଖର ଶତପଥୀ, ବ୍ଲକ ସିଡ଼ିପିଓ ମିଲିମା କୁମାରୀ ପଣ୍ଡା,ସାଂସଦ ପ୍ରତିନିଧି ସନ୍ତୋଷ ତିଆଡ଼ି ଓ ମେଡ଼ିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାଫେ ଦ୍ୱାରା ଭଞ୍ଜନଗର ମେଡ଼ିକାଲ କୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ବିଶେଷ ଉପକୃତ ହୋଇପାରିବେ।ସେମାନେ ଏଠାରେ ହାଲୁକା ଖାଦ୍ୟ, କ୍ଷୀର, ଚାହା, କଫି ବ୍ୟତୀତ ରୋଗୀଙ୍କ ପାଇଁ ଗରମପାଣି ମୁଖ୍ୟ ସମସ୍ୟା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଠାରେ ମାଗଣାରେ ରୋଗୀମାନେ ତାହା ପାଇପାରିବେ ବୋଲି ବିଧାୟକ କହିଥିଲେ।ଏହି କାଫେ ଭୋର ୫ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜଣାପଡ଼ିଛି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)