ଖୋର୍ଦ୍ଧା,୧୩/୧୧ (ପିପିଟି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତାଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅକ୍ଟୋବର ରୁ ଆରମ୍ଭ ହୋଇଥିବା ବିଜେଡିର ସ୍ବତନ୍ତ୍ର ଡିଜିଟାଲ ସଭ୍ୟ ସଂଗ୍ରହ କର୍ମଶାଳା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ଼ ସଦର ମହକୁମା ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୋଲଗଡ଼ ବ୍ଲକର ଛାମୁଆ ବିଜେଡି କର୍ମୀ ଓ ସମସ୍ତ ପଞ୍ଚାୟତର ଡିଜିଟାଲ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ସଭ୍ୟ ସଂଗ୍ରହ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ବିଜେଡ଼ି ସୁପ୍ରିମୋ ଶ୍ରୀ ପଟ୍ଟନାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳକୁ ଶପଥ ପାଠ କରାଇଥିଲେ ।ଏହି କାର୍ଯ୍ୟକୁ ରାଜ୍ୟ ବିଜେଡି ସମ୍ପାଦକ ଶୁଭକାନ୍ତ ମହାପାତ୍ର ପ୍ରଶିକ୍ଷକ ଭାବେ ଉପସ୍ଥିତ ଥିବା ସମସ୍ତ ଯୁବବନ୍ଧୁ ମାନଙ୍କୁ ଓ୍ବାର୍ଡ ସ୍ତରରେ ନୂତନ ସଦସ୍ୟତା ଅଭିଯାନ ସମ୍ପର୍କର ଅବଗତ କରିଥିଲେ । ପ୍ରଶିକ୍ଷକ ସୁରେଶ ସାମନ୍ତରାୟ ଓ ସଂଯୋଜକ ସାଗର ବରାଳ ପ୍ରମୁଖ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବା ପାଇଁ ବିଧାୟକ ସାହୁ ଆହ୍ବାନ ଦେଇଥିଲେ । ସମସ୍ତ ଯୁବବନ୍ଧୁ ମାନେ ୱାର୍ଡ ସ୍ତରରେ ନୂତନ ସଦସ୍ୟତା ଓ ସକ୍ରୀୟ ସଦସ୍ୟତା ଅଭିଯାନ କୁ ତ୍ୱରାନ୍ୱିତ କରିବା ସହ ଦଳ ର ସୁପ୍ରୀମଙ୍କ ଉଦ୍ଦେଶ୍ୟ କୁ ସଫଳ କରିବା ସହ ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବା ପାଇଁ ଶପଥ ନେଇଥିଲେ । ଏହି ଶିବିରରେ ୨୬ନମ୍ବର ଜୋନ ଜିଲ୍ଲାପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ ,୨୫ନମ୍ବର ଜୋନ ଜିଲ୍ଲାପରିଷଦ ପ୍ରତିନିଧି ଶୁଭେନ୍ଦୁ କୁମାର ସାହୁ ,ସରପଞ୍ଚ ପ୍ରମୋଦ କୁମାର ରାଉତରାୟ ,ସମିତି ସଭ୍ୟ ଦିଲୀପ କୁମାର ମହାପାତ୍ରଙ୍କ ସମେତ ୧୯ଗୋଟି ପଞ୍ଚାୟତର ବହୁ ବିଜେଡି ର ଛାମୁଆ କର୍ମୀ ମାନେ ଯୋଗଦେଇଥିଲେ ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)