ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣି ।

ଯାଜପୁର , ୦୯/୦୮(ପିପିଟି ): ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁକୁ ବିଧାୟକ ହିମାଂଶୁ ଶେଖର ସାହୁ ଯାଇ ୱାର୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣି କରି ପ୍ରତ୍ୟକ୍ଷ ଭାବେ ଲୋକମାନକୁ ଅଭିଯୋଗ ଶୁଣି ଏହାର ସମାଧାନ ପନ୍ଥା ବାହାର କରୁଛନ୍ତି. ଏହିକ୍ରମରେ ଆଜି ବିଧାୟକ ଶ୍ରୀ ସାହୁ ଆଜି ମିର୍ଜାପୁର ପଂଚାୟତ ଅରଙ୍ଗାବାଦ ଗ୍ରାମର ୧୨, ୧୩ ଓ ୧୪ ନମ୍ବର ୱାର୍ଡରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କରିଥିଲେ। ସେହିପରି ବିଧାୟକ ଶ୍ରୀ ସାହୁ ଆଜି କଣ୍ଟିଗଡିଆ ପଂଚାୟତର ୧୩ ନମ୍ବର ୱାର୍ଡରେ ଅନୁଷ୍ଠିତ ଜଣ ଶୁଣାଣୀରେ ଯୋଗଦେଇ ଲୋକମାନଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହିତ ଅନେକ ସମସ୍ୟାର ସମାଧାନ କରିଥିଲେ. ତେବେ ସମୟ ସାପେକ୍ଷ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ବିଭାଗୀୟ ଦାୟିତ୍ୱରେ ଥିବା କର୍ମୀ ମାନଂକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକଙ୍କ ଏଭଳି ୱାର୍ଡ ସ୍ତରରେ ପ୍ରତ୍ୟେକ୍ଷ ଭାବେ ଉପସ୍ଥିତ ରହି କର୍ମୀ ଓ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଏହାର ସମାଧାନ ପାଇଁ ଉଦ୍ୟମ କରିବା ନେଇ ସାଧାରଣରେ ପ୍ରଶଂସା କରାଯାଇଛି

Comments (0)
Add Comment