ବିଧାନସଭା ସମ୍ମୁଖରେ ବିଭିନ୍ନ ଦାବି ନେଇ ଓୟୁଜେର ଧାରଣା।

ପୋଲସରା,୨୩/୦୯ (ପିପିଟି) : ଚଳିତ ମାସ ୨୨ ତାରିଖ ସୋମବାର ଦିନ ରାଜ୍ୟର ଅଗ୍ରଣୀ ଏଵଂ ସର୍ବପୁରାତନ
ଓଡ଼ିଶା ସାମ୍ବାଦିକ ସଂଘ (ଓୟୂଜେ) ପକ୍ଷରୁ ବିଭିନ୍ନ ଦାବି ନେଇ ରାଜ୍ୟ ବିଧାନସଭା ଚାଲିଥିବା ଦିବସ ମଧ୍ୟରେ ବିଧାନସଭା ସମ୍ମୁଖରେ ଏକ ଗଣଧାରଣା କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଥିଲା। ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱରେ ଚାଲିଥିବା କାର୍ଯ୍ୟକ୍ରମରେ ରାଜ୍ୟର ୩୦ ଗୋଟି ଜିଲ୍ଲା ଶାଖା ଗୁଡିକରୁ ୫ ଶହରୁ ଊର୍ଦ୍ଧ୍ବ ସାମ୍ବାଦିକମାନେ ଆସି ଧାରଣାରେ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟତ ସାମ୍ବାଦିକଙ୍କୁ ଭତ୍ତା,ସୁରକ୍ଷା ଓ ଅଧିସ୍ଵିକୃତି ପ୍ରଦାନକୁ ନେଇ ସଂଘ ତରଫରୁ କରାଯାଇଥିବା ଧାରଣା କାର୍ଯ୍ୟକ୍ରମରେ ବିରୋଧୀ କଂଗ୍ରେସ ନେତା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ବିଜେଡିର ଅରୁଣ ସାହୁ,ଅନନ୍ତ ନାରାୟଣ ଜେନା,ସଞ୍ଜୀବ ମଲ୍ଲିକ,ରୋମାଞ୍ଚ ରଂଜନ ବିଶ୍ବାଳ,ସାରଦା ଜେନା,ପ୍ରଦୀପ ସାହୁ,ମାଧବ ଧଡା,ରୁପେଶ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସଂଘ ତରଫରୁ କରାଯାଇଥିବା ଆନ୍ଦୋଳନ ସମେତ ଉକ୍ତ ୩ ଗୋଟି ଯଥୋଚିତ ଦାବିକୁ ସମର୍ଥନ ଜଣାଇବା ସହିତ ନିଜର ନୈତିକ ସମର୍ଥନ ଦେବା ଏଵଂ ବିଧାନସଭାରେ ବିଷୟକୁ ବଳିଷ୍ଠ ଭାବରେ ଉଠାଇବାକୁ ପ୍ରତିଶୃତି ଦେଇଥିବାବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଅବିଳମ୍ବେ ଏ ଦିଗରେ ଉଚିତ୍ ବ୍ୟବସ୍ଥା ନେବାକୁ ଦାବି କରିଥିଲେ। ଏଥିସହ ବିଧାୟକ ଭାସ୍କର ମଡେଇ ସାମ୍ବାଦିକ ସଂଘର ଦାବୀ ଉପରେ ଆଲୋଚନା କରିଥିଲେ। ଧାରଣାବେଳେ ବରିଷ୍ଠ ସାମ୍ବାଦିକ ରବିଦାସ,ଉପସଭାପତି ରାଜେଶ ପଟ୍ଟନାୟକ, କିଶାନ ରାଉତ୍,ପ୍ରମୋଦ ସାମନ୍ତରାୟ,ସମ୍ପାଦକ ପ୍ରସନ୍ନ ପାଇକରାୟ,କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ,ସ°ଯୋଜକ ସନ୍ତୋଷ ସି°ଦେଓ,ଦେବପ୍ରସାଦ ଦାସ, ବଦ୍ରି ନାରାୟଣ ମିଶ୍ର,ଆଦିତ୍ୟ ମେକାପ, ରୂପେଶ ସାହୁ,ରାମନାରାୟଣ ଶତପଥୀ,ଗଂଜାମ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସଦାଶିବ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେବାସହିତ ସାମ୍ବାଦିକମାନଙ୍କ ନ୍ୟାଯ୍ୟଦାବିକୁ ସରକାର ତୁରନ୍ତ ମାନିନେଇ ବିଚାରପୂର୍ବକ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଆଶା ପୋଷଣ କରିଥିଲେ। ପରେ ରାଜ୍ୟ ସଂଘ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ବିଭିନ୍ନ ରାଜ୍ୟରେ ସାମ୍ବାଦିକଙ୍କୁ ମିଳୁଥିବା ପେନସନ୍ ରାଶିର ଏକ ତୁଳନାତ୍ମକ ଚିତ୍ରଥିବା ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଦାବିପତ୍ର ଗ୍ରହଣକରି ମୁଖ୍ୟମନ୍ତ୍ରୀ ଆଶ୍ଵାସନା ଦେବାସହ ସାମ୍ବାଦିକମାନଙ୍କ ଦାବିଗୁଡିକୁ ନେଇ ଉପଯୁକ୍ତ ସମୟ ଠିକ୍ ନିଷ୍ପତି ନିଆଯିବ ବୋଲି ପ୍ରତିଶୃତି ଦେବାପରେ ସଂଘ ପକ୍ଷରୁ ଚାଲୁଥିବା ଧାରଣାକୁ ବନ୍ଦ କରାଯାଇଥିଲା। ଧାରଣା କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ପୂର୍ବତନ ସଭାପତି ପ୍ରକାଶ ପାଣିଗ୍ରାହୀଙ୍କ ତତ୍ବାବଧାନରେ ଏଵଂ ଜିଲ୍ଲା ସଭାପତି ସଦାଶିବ ପଣ୍ଡାଙ୍କ ନେତୃତ୍ୱରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବାଳକୃଷ୍ଣ ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମିଶ୍ର,ସମ୍ପାଦକ ମେଘନାଦ ଦାସ ଓ ସନ୍ତୋଷ କୁମାର ପଣ୍ଡା ପୂର୍ବତନ ଜିଲ୍ଲା ସଭାପତି ତଥା ଉପଦେଷ୍ଟା ହରିହର ପାତ୍ର,ଶଙ୍କର ପ୍ରସାଦ ପ୍ରଧାନ,ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ଶ୍ରୀପଦ ଦାସ,ସୁଶାନ୍ତ କୁମାର ସାହୁ, ଅଜିତ କୁମାର ପଣ୍ଡା ଓ ରମେଶ ପ୍ରଧାନ, ଅରୁଣ ପଣ୍ଡା, ରବୀନ୍ଦ୍ର ନାଥ ପଣ୍ଡା ଓ ସତ୍ୟ ନାରାୟଣ ରେଡ଼ି,ପ୍ରମୁଖ ଜିଲ୍ଲାର ଶେରଗଡ଼, ଛତ୍ରପୁର ୟୁନିଟର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment