ବିଧବା ଭତ୍ତା ଏବଂ ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ ବୃଦ୍ଧ ମାନଙ୍କୁ ଭତ୍ତା ପ୍ରଦାନ ପାଇଁ ଦାବି ।

ଦିଗପହଣ୍ଡି,୨୮/୦୯(ପିପିଟି); ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଭିଷ୍ମଗିରି ଗ୍ରାମପଞ୍ଚାୟତର କିଛି ବିଧବା ମହିଳାଙ୍କୁ ଭତ୍ତା ପ୍ରଦାନ ଏବଂ ବୃଦ୍ଧାଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ନକରିବା ଅଭିଯୋଗ ଆସିଛି । ସରପଞ୍ଚଙ୍କୁ ବାରମ୍ବାର ଲିଖିତ ଏବଂ ମୌଖିକ ଆକାରରେ ଅବଗତ କରାଇଥିଲେ ମଧ୍ୟ ସରପଞ୍ଚ ଏଥି ପ୍ରତି ଦୃଷ୍ଟି ଦେଉନଥିବା କହିଛନ୍ତି ଅଭିଯୋଗ କାରୀ । ଗ୍ରାମବାସୀ ବାଧ୍ୟହୋଇ ଆଜି ବିଜେଡି ଯୁବନେତା ରାମକୃଷ୍ଣ ପାଢ଼ୀ (ଚଗଲା)ଙ୍କ ତତ୍ୱାବଧାନରେ ଭିଷ୍ମଗିରି ପଞ୍ଚାୟତ ସଙ୍ଗଠନର ମୁଖ୍ୟ ସଦସ୍ୟ ସମାଜସେବୀ ଗ୍ରାମର ଭଦ୍ରବ୍ୟକ୍ତି ରାଜୀବ ବ୍ରହ୍ମା,ମିଟୁ ସେଠି,ଯୁବ ପ୍ରତିଭା ନେତା ବୁଲୁ ବେହେରା, ସୁଶାନ୍ତ ସେଠୀଙ୍କ ଜରିଆରେ ବିଧବା ଭତ୍ତା ଏବଂ ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ ହିତାଧିକାରୀ ମହିଳା ଏବଂ ବୃଦ୍ଧ ବ୍ୟକ୍ତି ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ଏମ.ନିରଞ୍ଜନ ରେଡ୍ଡୀଙ୍କୁ ଜଣାଇ ଗୋଷ୍ଠି ଉନ୍ନୟନ ଅଧିକାରୀ ହଳଧର ସବରଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା । ଆଜି ବିଡ଼ିଓ ଅନୁପସ୍ଥିତ ଥିବା ଯୋଗୁଁ କିରାଣୀଙ୍କ ଜରିଆରେ ବିଡିଓଙ୍କୁ ଅଭିଯୋଗ ପତ୍ର ଦିଆଯାଇଥିଲା । ଅଭିଯୋଗ କାରୀ ମାନେ ହେଲେ ଜୁରିଆ ସେଠି (୬୬),ତନୁସେଠି (୬୬),ଭିକା ନାୟକ (୬୩),ଝୁନୁ ସେଠି ନିରାଶ୍ରୟ/ବିଧବା (୪୫),ଉରୀ ସେଠି ବିଧବା (୪୫),ବାସନ୍ତୀ ପାତ୍ର ବିଧବା (୪୦),ବୁଦ୍ଧିଆ ସେଠି (୭୧),ସେବତୀ ବେହେରା (୭୭),ପି.ସୁଜାତା ପାତ୍ର ବିଧବା (୪୫),ଗୁମୁଡ଼ି ଶ୍ରୀମତୀ ବିଧବା (୪୦) । (ରିପୋର୍ଟ – ଆରତ କୁମାର ହୋତା ।)

Comments (0)
Add Comment