ଭଞ୍ଜନଗର,୧୯/୧୧(ପିପିଟି): ଭଞ୍ଜନଗର ବ୍ଲକ ବାଉଁଶ ଲୁଣ୍ଡି ବାଂଛେଶ୍ବର ନଗର ଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଗନ୍ନାଥ ପ୍ରସାଦ ବ୍ଲକ ତାରସିଂ ଅଞ୍ଚଳର ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନିତ୍ୟାନନ୍ଦ ବାରିକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ନିତ୍ୟାନନ୍ଦ ଉକ୍ତ ସ୍ଥାନରେ ଏକ ନିର୍ମାଣାଧୀନ କୋଠାରେ କାମ କରୁଥିବା ବେଳେ ଅସାବଧାନତା କାରଣରୁ ଘର ପଛପଟେ ଗ୍ରୀଡ଼ରୁ ଯାଇଥିବା ୩୩କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ନିତ୍ୟାନନ୍ଦର ଶରୀରର କେତେକାଂଶ ସ୍ଥାନ ପୋଡ଼ି ଯାଇଥିବାରୁ ତାକୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )