କୋଦଳା,୨୯/୦୪(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତ ତିରିଡା ଗ୍ରାମର କାଶୀନାଥ ସାହୁଙ୍କ ପୁଅ ସୁରେନ୍ଦ୍ର ସାହୁ (୩୭ )ଙ୍କ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ ରବିବାର ଅପରାହ୍ନ ସମୟରେ ଉକ୍ତ ଗ୍ରାମର ସୁରେନ୍ଦ୍ର ସାହୁ ଘର କାମ କରୁଥିବା ବେଳେ ହଠାତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଯାହା ଫଳରେ ପରିବାର ଲୋକ ତାଙ୍କୁ ତୁରନ୍ତ ଖଲ୍ଲିକୋଟ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନିଆଯାଇଥିଲା । ସୁରେନ୍ଦ୍ରଙ୍କ ଗୋଟିଏ ୭ ବର୍ଷର ପୁଅ, ଦୁଇଟି ଝିଅ ଅଛନ୍ତି । ବଡ ଝିଅର ବୟସ ୧୪ ଏବଂ ସାନ ଝିଅ ର ବୟସ ୧୦ ଥିବା ବେଳେ ସେ ଘର ର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିବା ସହ ଗରୀବ ପରିବାରର ହୋଇଥିବା ଯୋଗୁଁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଖଣ୍ଡିଆନଈ ପଞ୍ଚାୟର ସରପଞ୍ଚ ପଙ୍କଜ ସେଠିଙ୍କ ସମେତ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି । ସୁରେନ୍ଦ୍ରଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)