ବିଦ୍ୟାଳୟ ସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ।

ବୋଲଗଡ଼,୧୦/୦୪ (ପିପିଟି): ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମ୍ପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ବିଦ୍ୟାଳୟ ସ୍ତରୀୟ ପ୍ରେରଣା ଉତ୍ସବଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ପୂର୍ବ ଦିନ ଶିକ୍ଷକ ବିଭୁ ପ୍ରସାଦ ମହାପାତ୍ର ଏବଂ ବିଚିତ୍ର କୁମାର ଘଡ଼େଇ ଯଥାକ୍ରମେ ନବମ ଓ ଦଶମ ବିଦ୍ୟାର୍ଥୀମାନଙ୍କ ନାମ ପ୍ରେରଣା ପୋର୍ଟାଲରେ ପଞ୍ଜିକୃତ କରିଥିଲେ । ନାମ ପଞ୍ଜିକରଣ ପୂର୍ବରୁ ପ୍ୟାନେଲ ବୋର୍ଡ଼ରେ ଉଭୟ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଉତ୍ସବ ସମ୍ବନ୍ଧୀୟ ବିଭିନ୍ନ ଶିକ୍ଷଣୀୟ ତଥ୍ୟ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ଉକ୍ତ ଉତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ସେମାନଙ୍କୁ ଅବଗତ କରିଥଲେ । ଶିକ୍ଷୟିତ୍ରୀ ଶୈବାଳକା ମଲ୍ଲିକ ଏବଂ ସୌଦାମିନୀ ସୁବୁଦ୍ଧିଙ୍କ ତତ୍ୱାବଧାନରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କବିତା ରଚନା, ପ୍ରବନ୍ଧ, ଗଳ୍ପ ଲିଖନ, ଚିତ୍ରାଙ୍କନ ଓ କଣ୍ଠସଙ୍ଗୀତ ପ୍ରତିଯୋଗିତା କରାଯାଇଥିଲା । ସମୁଦାୟ ୫୨ଜଣ ବିଦ୍ୟାର୍ଥୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। କବିତା ରଚନାରେ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ ଓ ସ୍ରୋତାଲିନୀ ସାହୁ, ପ୍ରବନ୍ଧରେ ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର ଏବଂ ସୌଦାମିନୀ ପରିଡ଼ା, ଗଳ୍ପଲିଖନରେ ଶିକ୍ଷକ ଦିପ୍ତିରଞ୍ଜନ ଦାସ ଓ ଶିକ୍ଷୟିତ୍ରୀ ନମିତା ସାହୁ, ଚିତ୍ରାଙ୍କନରେ ଶିକ୍ଷକ ବିଶ୍ୱଜିତ ସରୋଜ କୁମାର ଓ ଅଂଶୁମାନ ଧଳ କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ । କବିତା ରଚନାରେ ଓ଼ମ ପ୍ରକାଶ ନାୟକ, ପ୍ରବନ୍ଧ ଓ ଗଳ୍ପଲିଖନରେ ଭବସ୍ମିତା ମଙ୍ଗରାଜ, ଚିତ୍ରାଙ୍କନରେ ଅନନ୍ୟା ଅପରୂପା ଦାସ ଏବଂ କଣ୍ଠ ସଂଗୀତରେ ଶୁଭଲକ୍ଷ୍ମୀ ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଥିଲେ।ବ୍ଲକ ସ୍ତରୀୟ ପ୍ରେରଣା ଉତ୍ସବ ପ୍ରତିଯୋଗିତା ପାଇଁ ଛାତ୍ର ଓମ ପ୍ରକାଶ ନାୟକ ଏବଂ ଛାତ୍ରୀ ଭବସ୍ମିତା ମଙ୍ଗରାଜଙ୍କୁ ଚୟନ କରାଯାଇଥିଲା ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment