ବିଦ୍ୟାଳୟ ଫାଠକ ସମ୍ମୁଖରେ ଠିକାଦାରଙ୍କ ଷ୍ଟକ ପଏଣ୍ଟ ।

ବାସୁଦେବପୁର,୨୧/୧୨: ବିଦ୍ୟାଳୟ ଫାଠକ ସମୁଖରେ ପାହାଡ ପରି ମହଜୁଦ ରହିଛି ରାସ୍ତାକାମ ପାଇଁ ବ୍ୟବହୃତ ସାମଗ୍ରୀ । ଏମିତି ଘଟଣା ବାସୁଦେବପୁର ତହସିଲ ଅଧିନ ବରଣ୍ଡୁଆ ପଞ୍ଚାୟତର ଜଗବନ୍ଧୁ ସରକାରୀ ବିଦ୍ୟାପୀଠରେ ବୋଲି ଦେଖିବାକୁ ମିଳିଛି । ଏହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିବା ବେଳେ ମେଟାଲ, ବାଲି ମହଜୁଦ ହୋଇ ରହୁଥିବା କାରଣରୁ ଦୁର୍ଘଟଣା ଘଟି ରଞ୍ଜନ ନାୟକ ଓ ଦେବ ରାଉତ ଆହତ ହୋଇଥିବା ଜାଣିବାକୁ ମିଳିଛି । ଏମିତିବି ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ତିନିଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠ ପଢିବାକୁ ଆସୁଥିବା ବେଳେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ସ୍ଥାନରେ କପିଳମୁନି ମେଳା ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନଙ୍କୁ ବେଶ ଆକୃଷ୍ଟ କରିଥାଏ । ଆଗକୁ ମକର ସଂକ୍ରାନ୍ତି ଥିବାବେଳେ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟକଳାପକୁ ନାପସନ୍ଦ କରାଯାଇଛି । ତେବେ ସ୍ଥାନୀୟ ମୁଖିଆଙ୍କ ସହ ଆଲୋଚନା କରାଯାଇ ସେହି ସ୍ଥାନରେ ରାସ୍ତା ନିର୍ମାଣ ସାମଗ୍ରୀ ମହଜୁଦ କରାଯାଇଥିବା ଠିକାଦାରଙ୍କ ଜନୈକ କର୍ମଚାରୀ କହିଛନ୍ତି । ଏନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ କୁହନ୍ତି, ଠିକାଦାରଙ୍କ ଏତାଦୃଶ କାର୍ଯ୍ୟକଳାପକୁ ନେଇ ହସିଲଦାରଙ୍କୁ ଅବଗତ କରାଯାଇଛି । ତହସିଲଦାର ସୈାଭାଗ୍ୟରଞ୍ଜନ ପଣ୍ଡା କୁହନ୍ତି,ଖୁବଶୀଘ୍ର କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ।

Comments (0)
Add Comment