ବିଦ୍ଯୁତ୍ ଖୁଣ୍ଟରେ ନାମକୁ ଲାଗିଛି ବତୀ ।

ଶେରଗଡ଼,୨୩/୧୦(ପିପିଟି); କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ତରଫରୁ ଗ୍ରାମାଞ୍ଚଳରେ ବିକାଶର କଥା କୁହାଯାଉଛି। ପରସ୍ପର ମଧ୍ଯରେ ବିକାଶର ଶ୍ରେୟ ନେବାକୁ ବିଭିନ୍ନ ସମୟରେ ଟଣା ଓଟରା ଲାଗିଥାଏ। କିନ୍ତୁ ବିକାଶର ବାସ୍ତବତା ସଂପୂର୍ଣ୍ଣ ବାଟମାରଣା କିମ୍ବା ଅନିୟମିତତା ବିଭିନ୍ନ ଅଞ୍ଚଳରୁ ଚିତ୍ର ସାମ୍ନାକୁ ଆସୁଛି। ଯେପରି ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମର ଆଲୋକ ବ୍ଯବସ୍ଥାରେ ଦେଖା ଦେଖାଯାଇଛି। ଅବ୍ୟବସ୍ଥା ବର୍ତ୍ତମାନ ବର୍ଷାରେ ଚାରିଆଡ଼େ ପରିବେଶ ଖାଁ ଖାଁ ହୋଇ ଜନଶୂନ୍ଯ ହୋଇ ପଡ଼ିଛି। ତତ୍ ସହିତ କରୋନା ଯୋଗୁଁ ବେରୋଜଗକାରୀ ବଢିଚାଲିଛି।ଯାହା ଫଳରେ ବିଭିନ୍ନ ସ୍ଥାନରେ ଡକାୟତି ହେବାର ଘଟଣା ଜନ ସାଧାରଣଙ୍କ ମନରେ ଚିନ୍ତାର ବିଷୟ ପାଲଟିଛି। ଏହାରି ଭିତରେ ଗୋଠଗାଁ ନୂଆଁ ସାହି ଛକରେ ଜନ ସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଚକ୍ରି ହାଲୋଜିନ୍ ଲଗାଇ ଆଲୋକ ବ୍ଯବସ୍ଥା ହୋଇଛି ସତ କିନ୍ତୁ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନଲାଗି ଅନ୍ଧାର ହୋଇ ବିଦ୍ଯୁତ୍ ଖୁଣ୍ଟରେ ବନ୍ଦ ରହୁଛି। ବିଡମ୍ବନାର ବିଷୟ କିଛି ଯୁବଗୋଷ୍ଠୀ ଓ ଗ୍ରାମବାସୀ ବାରମ୍ବାର ଲୋକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମରାମତି କରି ଆଲୋକ ବ୍ଯବସ୍ଥା ତୁରନ୍ତ କରାଯିବାର ବାରମ୍ବାର ମିଛ ପ୍ରତିଶ୍ରୁତି ମିଳୁଛି।ଯାହା ସାଧାରଣରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। କାରଣ ଆଗକୁ ଦଶହରା ଓ କୁମାର ପୂର୍ଣ୍ଣମା ଆସୁଛି ଏଣୁ ଚୋରି ଡକାୟତି ର ଭୟ ରହୁଛି ତୁରନ୍ତ ଆଲୋକ ବ୍ଯବସ୍ଥା ପ୍ରତି ଲୋକ ପ୍ରତିନିଧି ଓ ପ୍ରଶାସନ ହସ୍ତକ୍ଷେପ କରି ସୁ ବ୍ଯବସ୍ଥିତ କରିବା ପାଇଁ ଦାବି ଜୋର୍ ଧରିଛି। ନଚେତ୍ ଆଗାମୀ ଦିନରେ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହେବା ସମ୍ଭାବନା ରହିଥିବା ଜଣାପଡିଛି ।

(ରିପୋର୍ଟ- ଭିକୁ ନାୟକ। )

Comments (0)
Add Comment