ବିଦେଶୀ ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଓ ବିଦେଶୀ ମଦ ଲୁଟିନେଲେ ଦୁର୍ବୁତ୍ତ ।

ଭଞ୍ଜନଗର,୦୨/୦୫(ପିପିଟି):ଭଞ୍ଜନଗର ଥାନା ଅନ୍ତର୍ଗତ ବେଲଗୁଣ୍ଠା ରୋଡ଼ ଜାମପଲ୍ଲୀ ଛକ ପୂର୍ବରୁ ଥିବା ଏକ ବିଦେଶୀ ମଦ ଦୋକାନରୁ ଗତରାତି ରେ କିଛି ଦୁର୍ବୁତ୍ତ ପଶି ଲକ୍ଷାଧିକ ଟଙ୍କା ଓ କିଛି ପରିମାଣରେ ମଦ ଲୁଟି ନେଇଛନ୍ତି। ଆଜି ସକାଳେ ଦୋକାନ କର୍ମଚାରୀ ସାମ୍ନା ପଟରେ ଥିବା ସଟର ଭାଙ୍ଗିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।ମ୍ୟାନେଜର ମନୋଜ କୁମାର ମହାନ୍ତିଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲେ।ଦୋକାନ ଡ୍ର’ରେ ଥିବା ନଗଦ ଲକ୍ଷାଧିକ ଟଙ୍କା ଏବଂ କିଛି ପରିମାଣରେ ମଦ ଚୋରି ହୋଇଥିବା ଜଣାପଡ଼ିଛି। ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚୋରୀ ହୋଇଥିବା ଅନୁମାନ କରାଯାଉଛି। ପୋଲିସ ଟିମ୍ ତଦନ୍ତ କରିବା ସହ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଥିବା ଜଣାପଡ଼ିଛି। ସନ୍ଧ୍ୟା ସମୟରେ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ଆସି ତଦନ୍ତ କରି ଫେରିଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ ସୁଚନା ଦେଇଛନ୍ତି ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment