ବିଜୟୀ ପଞ୍ଚାୟତ ଜନ ପ୍ରତିନିଧିଙ୍କୁ ବ୍ଲକରେ ଅଣଦେଖା ଅଭିଯୋଗ ।

ଭଞ୍ଜନଗର,୨୪/୦୮(ପିପିଟି): ଭଞ୍ଜନଗର ପଞ୍ଚାୟତ ସମିତି କାର୍ଯ୍ୟଳୟରେ ସରକାରୀ ଉନ୍ନୟନ କାର୍ଯ୍ୟରେ ବଜୟୀ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଅସହଯୋଗ ଓ ଅଣଦେଖା କରାଯାଉଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଡୁମା କୁମ୍ପା, ସାନ କୋଦଣ୍ଡା,ବଡ଼ କୋଦଣ୍ଡା,ଗୁଣ୍ଡୁରି ବାଡ଼ି, ଦଦରା ଲୁଣ୍ଡା,ବାଉଁଶ ଲୁଣ୍ଡି, ଡ଼ିହ ପଢାଳ, ଗୋଲା ପଡା,ତୁରୁମୁ, ଗାଲେରୀ, ତିଳି ସିଙ୍ଗି ମୋଟ ୧୧ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଗତ ୬ମାସ ହେଲା ନିଜ ପଞ୍ଚାୟତର କୌଣସି ଉନ୍ନୟନ କାର୍ଯ୍ୟ ସମ୍ପାଦନ କରିବାରେ ବ୍ଲକ ପ୍ରଶାସନ ତରଫରୁ ସହଯୋଗ କରାଯାଉ ନାହିଁ। ଯାହାଫଳରେ ବାଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ରାସନ କାର୍ଡ଼ରେ ନାମ ସଂଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମ.ଜି.ଏନ.ଆର.ଜି.ଏସ ଯୋଜନାରେ କାର୍ଯ୍ୟ ଯୋଗାଇଦେବା ପାଇଁ ପଞ୍ଚାୟତ ସ୍ତରରେ ଥିବା ଜି.ଆର.ଏସ ଓ ପି.ଇ.ଓ ବ୍ଲକ ଏପିଓ,ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀମାନେ କୌଣସି ସହଯୋଗ କରିବାକୁ ରାଜି ହେଉ ନାହାନ୍ତି।ସେହିପରି ପଞ୍ଚାୟତ ରେ ଗ୍ରାମ ସଭା, ପଲି ସଭା ରେଜୁଲେସନ ପରେ ଏମ.ଜି.ଏନ.ଆର.ଜି.ଏସ କାର୍ଯ୍ୟ ତାଲିକା ଓ ଭତ୍ତା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ନାମ ବ୍ଲକ କାର୍ଯ୍ୟାଳୟରେ ଲିଖିତ ଆକାରରେ ଦିଆଯାଇ ଥିଲେ ମଧ୍ୟ ପ୍ରକାଶିତ କାର୍ଯ୍ୟ ତାଲିକାରେ ଅନ୍ୟମାନଙ୍କ ନାମ ରହିଛି। ଏସମ୍ପର୍କରେ ବିଡ଼ିଓ ଓ ଜେଇଙ୍କୁ ପଚାରିବାରେ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରୁନାହାଁନ୍ତି। ଯାହାଫଳରେ ବ୍ଲକରେ ବହୁ ଦୁର୍ନୀତି ବୃଦ୍ଧି ପାଉଛି।ବାରମ୍ବାର ବିଡ଼ିଓ ଓ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ତାର ସମାଧାନ ହେଉନାହିଁ। ତେଣୁ ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହେବ ବୋଲି କହିଛନ୍ତି। ଏଥିରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ, ବିନାୟକ ତ୍ରିପାଠୀ, ଯୁବନେତା ଅଯୋଧ୍ୟାନାଥ ମହାପାତ୍ର, ରବୀନ୍ଦ୍ର ଗୌଡ଼ ଏବଂ ସମସ୍ତ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment