ବୋଲଗଡ଼,୦୬/୧୦(ପିପିଟି):ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର, ଦ୍ବେଷ ଓ ଘୃଣା ଉପରେ ପ୍ରେମର ବିଜୟ ପର୍ବ ହେଉଛି ବିଜୟାଦଶମୀ। ସମାଜ ରେ ଆଜିବି ଅସଂଖ୍ୟ ରାବଣ ଓ ମହିଁଷାଶୁର ରେ ପୁର୍ଣ୍ଣ। ସାଧାରଣ ଲୋକ ହକ୍ କୁ କିଏ ମାରିନେଇଛିତ କିଏ ଅନ୍ୟାୟ ପୂର୍ବକ ଶୋଷଣ କରିଚାଲିଛି। ଜନତାକୁ ସେହି ରାମଚନ୍ଦ୍ର ଓ ମା ଦୁର୍ଗାଙ୍କୁ ଆଉଥରେ ଧରାପୃଷ୍ଠକୁ ଆସିବାକୁ ହେବ। ଏହି ପରିପ୍ରେକ୍ଷୀରେ ବୋଲଗଡ ଅଞ୍ଚଳର ସାଗର ଗାଁ ଦର୍ଗାବଜାର ରେ ପାଳିତ ହେଉଥିବା ବିଜୟାଦଶମୀ ଉପଲକ୍ଷେ ସାଗର ଗାଁ ପ୍ରାଇମେରୀ ସ୍କୁଲ୍ ପଡିଆରେ ମହାସମାରୋହରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ, କୁମ୍ଭାରୀ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ, ସରପଞ୍ଚ ରମାମଣୀ ଦେଇ, କୃଷ୍ଣ ଚନ୍ଦ୍ର ପ୍ରଧାନ ଓ ବହୁ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)